Below header

ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ନକଲି ସାମ୍ବାଦିକ, ଗିରଫ କଲା ଲମତାପୁଟ ପୋଲିସ୍‌

କୋରାପୁଟ (କେ ନ୍ୟୁଜ୍‌) : ଗଞ୍ଜେଇ ଚୋରା ଚାଲାଣ କରୁଥିବା ନକଲି ସାମ୍ବାଦିକଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ଲମତାପୁଟ ପୋଲି । ଦିଲ୍ଲୀ କ୍ରାଇମ୍‌ ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଆଇକାର୍ଡ଼ ରଖିଥିବା ଏହି ସାମ୍ବାଦିକ ଜଣକ ହେଉଛନ୍ତି ସୁଶାନ୍ତ ଦୁର୍ଗ । ସେ ଏବଂ ତାଙ୍କ ସହଯୋଗୀ ଅନୀଲ ସଗରଙ୍କୁ ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସ୍‌ ମିଳିତ ଭାବେ ଗିରଫ କରିଛନ୍ତି । ସେମାନେ ଏକ ବାଇକ୍‌ ଯୋଗେ ଗଞ୍ଜେଇ ଚାଲାଣ କରୁଥିଲେ । ସେମାନଙ୍କ ଠାରୁ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏ ସମ୍ପର୍କରେ ନନ୍ଦପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.