ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ ୨୦୨୧: ସୁଶାନ୍ତ ସିଂହ ରାଜପୁତଙ୍କୁ ମରଣୋତ୍ତର ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମିଳିଛି ମରଣୋତ୍ତର ଆଓ୍ଵାର୍ଡ। ଶନିବାର ରାତିରେ ମୁମ୍ବାଇରେ ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୧ ଆୟୋଜିତ ହୋଇଛି। ଏ ଅବସରରେ ତାଙ୍କୁ କ୍ରିଟିକ୍ସ ବେଷ୍ଟ ଆକ୍ଟର ସମ୍ମାନରେ ସମ୍ମାନିତ କରିଛନ୍ତି।

ଦାଦା ସାହେବ ଫାଲ୍‌କେ ତରଫରୁ ଇନ୍‌ଷ୍ଟାଗ୍ରାମ୍‌ରେ ଏନେଇ ସୂଚନା ଦିଆଯାଇଛି। ସେ ସୁଶାନ୍ତଙ୍କ ଫଟୋ ସେୟାର କରି ଲେଖିଛନ୍ତି- କ୍ରିଟିକ୍ସ ବେଷ୍ଟ ଆକ୍ଟର…ଦିବଂଗତ ଶ୍ରୀ ସୁଶାନ୍ତ ସିଂହ ରାଜପୁତ(୧୯୮୬-୨୦୨୦)।

କାର୍ଯ୍ୟକ୍ରମରେ ଏହି ଷ୍ଟାରଙ୍କୁ ମିଳିଲା ପୁରସ୍କାର:

ସର୍ବଶ୍ରେଷ୍ଠ ଅଭିନେତ୍ରୀ ୱେବ୍‌ ସିରିଜ୍‌- ସୁସ୍ମିତା ସେନ୍‌(ଆର୍ଯ୍ୟ)
ସର୍ବଶ୍ରେଷ୍ଠ ଅଭିନେତା ୱେବ୍‌ ସିରିଜ୍‌- ବବି ଦେଓଲ(ଆଶ୍ରମ)
ପରଫର୍ମର ଅଫ୍‌ ଦ ଇୟର- ନୋରା ଫତେହୀ
ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ- ପାରା ସାଇଟ୍‌

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତ ଆମ ଗହଣରେ ନାହାନ୍ତି। ସେ ୧୪ ଜୁନ୍‌ ୨୦୨୦ରେ ସାରା ଦୁନିଆକୁ ଅଲ୍‌ବିଦା କହିଥିଲେ। ସେ ଫିଲ୍ମ କାଇ ପୋ ଚେ, ଏମ୍‌ଏସ୍‌ ଧୋନି ଓ ଛିଛୋରେରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.