ଖାଲିପଡିଛି ୨୮୫୦ ଟି କମ୍ଯୁନିଟି ହେଲଥ ଅଫିସର ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ସ୍ବାସ୍ଥ୍ଯ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି। ଡିଗ୍ରୀ କରି ମଧ୍ୟ ଚାକିରି ପାଉନାହାନ୍ତି। ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନ(NHM), ମଧ୍ୟପ୍ରଦେଶରେ କମ୍ଯୁନିଟି ହେଲଥ ଅଫିସର ପଦବୀ ଖାଲି ପଡିଛି। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ ୨୮ ଫେବ୍ରୁଆରୀ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ: ୨୮୫୦

ଶିକ୍ଷାଗତ ଯୋଗ୍ଯତା: କମ୍ଯୁନିଟି ହେଲଥ ଅଫିସର ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ଯତା ବିଏସସି (B.Sc.) ନର୍ସିଂ/ ପୋଷ୍ଟ ବେସିକି ବିଏସସି କରିଥିବା ଆବଶ୍ଯକ।

ବୟସସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ରୁ ୪୦ ବର୍ଷ ହୋଇଥିବା ଆବଶ୍ଯକ।

ଦରମା: ୨୫,୦୦୦/

ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ଅନଲାଇନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ। ଆବେଦନ ପାଇଁ କୌଣସି ପ୍ରକାର ଶୁଳ୍କ ଲାଗିବ ନାହିଁ।

http://www.sams.co.in/Final_Rule_Book_Hindi_CHO_NHM_MP_v4.pdf

http://www.nhmmp.gov.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.