Below header

ଖୋର୍ଦ୍ଧା:କରୋନା ପୁରା ଯାଇନି କିନ୍ତୁ ଆମ ଲୋକ ବେଫିକର୍, ବିନା କୋଭିଡ଼ କଟକଣାରେ ଚାଲିଥିବା ଯାତ୍ରାକୁ ବନ୍ଦ କଲା ପ୍ରଶାସନ

ଖୋର୍ଦ୍ଧା(କେନ୍ୟୁଜ୍): ଗୋଟିଏ ପଟେ କରୋନାର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ତଥା ଦେଶକୁ ଚିନ୍ତାରେ ପକାଇଥିବା ବେଳେ କିନ୍ତୁ ବେଗୁନିଆ ବଜାରରେ ଖୁଲମଖୁଲା ବିନା ମାକ୍ସ ଓ ସାମାଜିକ ଦୂରତାରେ ଶତାଧିକ ଦର୍ଶକ ନେଇ ଚାଲିଥିଲା ଯାତ୍ରାପାର୍ଟି । ବିଶ୍ୱରେ କିଛି ଦିନ ହେଲା କରୋନା ଆତଙ୍କ କମିଥିବା ବେଳେ ପୁଣି କରୋନାର ଆତଙ୍କ ଖେଳିଯିବା ସହ ବିଦେଶୀ ଭୂତାଣୁ ବେଶୀ ମାରାତ୍ମକ ହେଉଥିବାରୁ ଦେଶ ଓ ରାଜ୍ୟରେ ଚିନ୍ତା ବଢାଇଛି ।

ଅନ୍ୟ ପଟେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ସର୍ତକ ସୂଚନା ଦିଆଯାଇଥିବା ବେଳେ ବେଗୁନିଆ ବଜାରରେ ପଡିଥିବା ଯାତ୍ରାରେ କରୋନା କଟକଣା ନିୟମ ଉଲଙ୍ଘନ ହେଉଥିବା ଖବର ପାଇ ଗତକାଲି ରାତ୍ରିରେ ଖୋର୍ଦ୍ଧା ଉପଜିଲ୍ଲାପାଳ ସହିତ ବେଗୁନିଆ ତହସିଲଦାର ଘଟଣା ସ୍ଥଳରେ ପହଂଚି ଯାତ୍ରା ବନ୍ଦ କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.