ଫେସବୁକ ଭଳି ହ୍ବାଟସଆପ୍ ମଧ୍ୟ କରିପାରିବେ ଲଗ୍ଆଉଟ, ଜଲଦି ଆସିବ ନୂଆ ଫିଚର

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପର ନୂଆ ପ୍ରାଇଭେସୀ ପଲିସିକୁ ନେଇ ବିରୋଧ ଚାଲିଛି ସତ କିନ୍ତୁ ଏହି ଆପ୍ ଲୋକଙ୍କର ଏକ ଅଭ୍ଯାସରେ ପରିଣତ ହୋଇଛି। ଆପରେ ୟୁଜର୍ସଙ୍କ ସୁବିଧା ପାଇଁ ନୂଆ ନୂଆ ଫିଚର୍ସ ଦିଆଯାଉଛି। ଖୁବଶୀଘ୍ର ହ୍ବାଟସଆପରେ ପୁଣି ଏକ ନୂଆ ଫିଚର ଆସିବାକୁ ଯାଉଛି। ଯାହା ଫଳରେ ହ୍ବାଟସଆପ୍କୁ ଲଗାତାର ମେସେଜ ଆସିବାର ଟେନସନରୁ ମୁକ୍ତି ମିଳିବ। ଏହି ଆପରେ ନୂଆ ଲଗ୍ ଆଉଟ ଫିଚର ଆସିବାକୁ ଯାଉଛି। ଏହି ଫିଚରର ଡିମାଣ୍ଡ ଅଧିକ ଦିନରୁ ରହିଥିଲା। ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ରୋଲ ଆଉଟ କରାଯିବ।

ଫୋନରେ ଡାଟା ଅନ କରିବା ମାତ୍ରେ ଆମେ ୨୪ ଘଣ୍ଟା ଲଗଇନ ରହିଥାଉ। ଯାହା ଯୋଗୁଁ ଆମ୍ଭକୁ ହ୍ବାଟସଆପରେ ମେସେଜ ଆସିଥାଉ। ଏଥିରୁ ବଞ୍ଚିବା ପାଇଁ ଦୁଇଟି ଅପସନ ରହିଥାଏ। ଫୋନର ଡାଟା ଅଫ କରିବା କିମ୍ବା ଆପ୍ ଡିଲିଟର କରିବାର ବିକଳ୍ପ ଛଡା ଆଉ କିଛି ନଥାଏ। କିନ୍ତୁ ଏବେ ହ୍ବାଟସଆପ ୟୁଜର୍ସ ଫେସବୁକ ଭଳି ଲଗଆଉଟ କରିପାରିବେ। ଆଉ ଯେତେବେଳେ ଦରକାର ଲଗଇନ କରିପାରିବେ। ଏହାଦ୍ବାରା ଆପଣଙ୍କ ପର୍ସନାଲ ଲାଇଫ ମଧ୍ୟ ଠିକ୍ ରହିବ।

whatsapp
picture courtesy: whatsapp.com

ହ୍ବାଟସଆପ୍ ନୂଆ ଲଗଆଉଟ ଫିଚର ହ୍ବାଟସଆପ ମେସେଞ୍ଜର, ହ୍ବାଟସଆପ୍ ବିଜନେସ ଦୁଇଟି ଯାକ ଭର୍ସନରେ କାମ କରିବ। ଆପଲ ଏବଂ ଆଣ୍ଡ୍ରଏଡ ୟୁଜର୍ସ ଏହି ଫିଚରକୁ ବ୍ଯବହାର କରିପାରିବେ। ଏହି ଫିଚରକୁ ନେଇ କିନ୍ତୁ ଏବେ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.