Below header

ମାଲକାନଗିରି: ତୁଳସୀପାହାଡ଼ ଦଲଦଲି ଅଞ୍ଚଳରେ IED ବିସ୍ଫୋରଣ, ଜଣେ BSF ଯବାନ ଗୁରୁତର

ମାଲକାନଗିରି(କେନ୍ୟୁଜ୍): କିଛି ଦିନର ବ୍ୟବଧାନ ପରେ ପୁଣି ନିଜ ଜାହିର କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦଲଦଲି ଜଙ୍ଗଲରେ ମାଓବାଦୀ ଯବାନ ମାନଙ୍କୁ ଟାର୍ଗେଟ କରି IED ବିସ୍ପୋରଣ କରିଛନ୍ତି। ଏହି ବିସ୍ପୋରଣ ରେ ଜଣେ ଯବାନ ଗୁରୁତର ଆହତ ହେଇଛନ୍ତି। ଯବାନ ଜଣଙ୍କ BSF 160 ବାଟାଲିଅନର ଧର୍ମେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି। ତାଙ୍କ ଘର ରାୟପୁରର ଦୁର୍ଗ ବୋଲି ସୂଚନା ମିଳିଛି । ଆଜି BSF ଯବାନ ମାନେ ଦଲଦଲି ଜଙ୍ଗଲରେ ଅପରେସନ କରି ଫେରୁଥିବା ସମୟରେ ଏହି IED ବିସ୍ପୋରଣ ଘଟାଇଛନ୍ତି ମାଓବାଦୀ। ଗୁରୁତର ଜବାନଙ୍କୁ ରାୟପୁର ମେଡିକାଲ କୁ ପଠାଯାଇଛି। ପୋଲିସ ର ଗୁଇନ୍ଦା ସୂଚନା ଅନୁସାରେ ଦଲଦଲି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ କରି ରହିଥିବା ଖବର ପାଇଥିଲେ ।

ତେଣୁ ଛତିଶଗଡ଼ CRPF ଏବଂ ଓଡିଶାର BSF ଯବାନ ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିଲା । ତେବେ ଅପରେଶନ ସାରି ଫେରୁଥିବା ବେଳେ ମାଓବାଦୀ ଟିମ ଯବାନ ଆସୁଥିବା ନେଇ ସୂଚନା ପାଇ ଅତର୍କିତ ଫାୟରିଂ କରିଥିଲେ । ତେବେ BSF ଏବଂ ମାଓବାଦୀ ମଧ୍ୟରେ ଦିର୍ଘ ସମୟ ଗୁଳିବିନିମୟ ହୋଇଥିଲା। ଫାଇରିଂ ବେଳେ ମାଓବାଦୀ ଏକ IED ବିସ୍ପରଣ କରିଥିଲେ । ଘଟଣାରେ ଜଣେ ଯବାନ ଗୁରୁତର ହୋଇଥିଲେ ତେବେ ସୁରକ୍ଷା କର୍ମୀ ଯବାନଙ୍କ ଗୁଳି ସମ୍ନା କରିନପାରି ଛତ୍ରଭାଙ୍ଗ ଦେଇଥିଲେ ମାଓବାଦୀ । ଏହି ଘଟଣା ପରେ ଯବାନ ଙ୍କ ପକ୍ଷରୁ କମ୍ବିଙ୍ଗ ଅପରେଶନ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.