୮ ହଜାର ଟଙ୍କାରେ ଭଲ ଫିଚର୍ସ ଥିବା ଫୋନ୍ ଚାହୁଁଛନ୍ତି କି, ତେବେ କିଣନ୍ତୁ ଏହି ଦମଦାର୍ ସ୍ମାର୍ଟଫୋନ୍‌

ଫ୍ଲିପକାର୍ଟରେ ଇନଫିନିକ୍ସ ଡେଜ୍ ସେଲ ଚାଲୁଛି। ଯାହାର ଶେଷ ଦିନ ୨୨ ଫେବୃୟାରୀ ପର‌୍ୟ୍ୟନ୍ତ ରହିଛି। ଏହି ସେଲରେ ଗ୍ରାହକ ଇନଫିନିକ୍ସର ଇନଫିନିକ୍ସ ସ୍ମାର୍ଟ ୫(Infinix Smart 5), ଇନଫିନିକ୍ସ ନୋଟ ୭(Infinix Note 7), ଇନଫିନିକ୍ସ ସ୍ମାର୍ଟ ୪ ପ୍ଲସ  (Infinix Smart 4 Plus) ଏବଂ ଇନଫିନିକ୍ସ ହଟ୍ ୯  (Infinix Hot 9) ଭଳି ପପୁଳାର ସ୍ମାର୍ଟଫୋନକୁ ଆପଣ ବହୁତ ଶସ୍ତା ଦାମରେ କିଣିପାରିବେ। ତେବେ ଏଥିମଧ୍ୟରୁ କମ୍ପାନୀ 6000mAh ବ୍ୟାଟେରୀର ଇନଫିନିକ୍ସ ସ୍ମାର୍ଟ ୪ ପ୍ଲସକୁ ୨୦ ପ୍ରତିଶତ ଡିସକାଉଣ୍ଟ ସହିତ ୭,୯୯୯ ଟଙ୍କାରେ କିଣିପାରିବେ।

ଯଦି ଆପଣ ବି କୌଣସି ଏମିତି ଫୋନର ଖୋଜରେ ଅଛନ୍ତି ଯାହାର ଦାମ୍ ୮,୦୦୦ ଭିତରେ ହୋଇଥିବ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଭଲ ଅପସନ୍ ହୋଇପାରିବ। ଆସନ୍ତୁ ଜାଣିବା ଫୋନର ସ୍ପେସିଫିକେସନ୍ସ କଣ।

ଏହି ଫୋନରେ ୬.୮୨ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି, ଯାହାର ଆସପେକ୍ଟ ରେସିଓ ୨୦.୫:୯ ରହିଛି। ଫୋନରେ ଅକ୍ଟା-କୋର  Helip A25 ମେଡିୟାଟେକ ପ୍ରୋସେସର ଦିଆଯାଇଛି। ଏହି ଫୋନ ଆଣ୍ଡ୍ରଏଡ୍ ୧୦ ବେସଡ XOS 6.2ଉପରେ କରିଥାଏ। ଇନଫିନିକ୍ସର ଏହି ସ୍ମାର୍ଟଫୋନ ଡୁଆଲ ସିମ୍ ସପୋର୍ଟ କରିଥାଏ।

smartphone1ଫୋନର ରିୟରରେ ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ଫିଚର ଦିଆଯାଇଛି। ଗ୍ରାହକ ଏହି ଫୋନକୁ ମିଡନାଇଟ୍ ବ୍ଳାକ, ଓଶଲ ୱେବ ଏବଂ ଓ୍ଵାଏଲଟ କଲରରେ କିଣିପାରିବେ। ଫୋନର ଷ୍ଟୋରେଜକୁ ମାଇକ୍ରୋଏସଡି କାର୍ଡ ଜରିଆରେ ୨୫୬ ଜିବି ପର‌୍ୟ୍ୟନ୍ତ ବଢ଼ାଇପାରିବେ।

ମିଳିବ 6000mAh ଯୁକ୍ତ ଦମଦାର ବ୍ୟାଟେରୀ

ଇନଫିନିକ୍ସ ସ୍ମାର୍ଟ ୪ ପ୍ଲସ କ୍ୟାମେରା ବିଷୟରେ କହିବା ତ ଏଥିରେ ଅପର୍ଚର ଏଫ/୧.୮ ସହିତ ୧୩ ରିୟର କ୍ୟାମେରା ରହିଛି, ଯାହା ଟ୍ରିପଲ ଏଲଇଡି ଫ୍ଲାସ ଏବଂ ଡେପ୍ଥ ସେନ୍ସର ସପୋର୍ଟ କରିଥାଏ। ଫୋନରେ ଅପର୍ଚର ଏଫ/୨.୦, ଡୁଆଲ ଏଲଇଡି ଫ୍ଲାସ ସହିତ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ଇନଫିନିକ୍ସର Smart 4 plus ର ସବୁଠାରୁ ଖାସ କଥା ହେଉଛି ଏହାର ବ୍ୟାଟେରୀ। ପାଓ୍ଵାର ଦେବା ପାଇଁ ଫୋନରେ 6000mAh ବ୍ୟାଟେରୀ ଦିଆଯାଇଛି। ଯାହା ୧୦ଓ୍ଵାଟ୍ ଚାର୍ଜିଙ୍ଗ୍ ସହିତ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.