Below header

କଳାହାଣ୍ଡି:କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡକ, ଆଜି ପୁଣି ଏକ ଛୁଆ ହାତୀର ଗଳିତ ମୃତଦେହ ହେଲା ଉଦ୍ଧାର

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡକ । ପୁଣି ଏକ ଛୁଆ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ଗତକାଲି ହାତୀ ମଡ଼କ ଘଟଣାର ତଦନ୍ତ କରି ଫେରିଛି ୩ ଜଣିଆ କେନ୍ଦ୍ରୀୟ ଟିମ । ଦିନ ତମାମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର, ଜାଖମ, ଘୁଷୁରୀ ଭଳି ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ କଥା ହୋଇ ତଦନ୍ତ କରିଥିଲା ଟିମ୍ । ସଂଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଟିମଙ୍କ ଆଲୋଚନା ହୋଇଥିଲା ।

କେନ୍ଦ୍ରୀୟ ଟିମର ବିଶେଷଜ୍ଞ ମାନେ ତଦନ୍ତର ତଥ୍ୟ ଉପସ୍ଥାପନ କରିବା ସହ ବନ ଭିଭାଗ ଓ ପଶୁ ସମ୍ପଦର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ହାତୀ ମୃତ୍ୟୁର କାରଣ ହେମୋରେଜିକ ସେଫ୍‌ଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେଲା ପରେ ଏହା କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.