Below header

କନ୍ଧମାଳ: ଜଲେଶପଟା ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡାକଡି, ଗତକାଲି ସ୍ୱାମିଜୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଆସିଥିଲା ହତ୍ୟା ଧମକ

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲା ଜଲେଶପଟା ଆଶ୍ରମର ସ୍ୱାମିଜୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ହତ୍ୟା ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଶ୍ରମ ପରିସରରେ ସୁରକ୍ଷା କର୍ମୀ ମୁତୟନ କରାଯାଇଥିବା ବେଳେ ଆଶ୍ରମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଚେକିଂ କଡାକଡି କରାଯାଇଛି । ଅଜଣା ନମ୍ବରକୁ ଟ୍ରାକ କରାଯାଉଥିବା କହିଛନ୍ତି ବାଲିଗୁଡ଼ା SDPO ।

ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏକ ଅଜଣା ନମ୍ବରରୁ ୪ ଦିନ ମଧ୍ୟରେ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି । ଏନେଇ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ୱାମିଜୀ । ଫୋନ୍‌ରେ ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ନକ୍ସଲ ବୋଲି କହିଥିଲେ । ସଂପୃକ୍ତ ବ୍ୟକ୍ତି ହିନ୍ଦୀରେ କଥା କହୁଥିଲେ । ଚାରି ଦିନ ମଧ୍ୟରେ ହତ୍ୟା ସହ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମକୁ ଉଡ଼ାଇ ଦେବାକୁ ଫୋନରେ ଧମକ ଆସିଥିବା ସ୍ୱାମିଜୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.