କରୀନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ଦ୍ବିତୀୟ ଶିଶୁପୁତ୍ର ଜନ୍ମ ଦେଲେ ବେବୋ

ବଲିଉଡ୍ ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। କରୀନା ପୁଣି ଥରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ମିଳିବା ପରେ ଫ୍ଯାନମାନେ ବହୁତ ଖୁସି ରହିଛନ୍ତି। ଘରକୁ ନୂଆ ଅତିଥିଆସିବା ପରେ ସୈଫଙ୍କ ଠାରୁ ଆରମ୍ଭ କରି ସମସ୍ତେ ଖୁସି ରହିଛନ୍ତି। କରୀନାଙ୍କ ଦ୍ବିତୀୟ ଶିଶୁପୁତ୍ର ଜନ୍ମ ହେବା ପରେ ପୌଟଦୀ ପରିବାରରେ ଖୁସିର ଲହରି ଖେଳିଯାଇଛି।

କରୀନା ଦ୍ବିତୀୟ ସନ୍ତାନ ଜନ୍ମ ଦେବା ପୂର୍ବରୁ ତାଙ୍କ ନିକଟରୁ ଆସିଥିବା ଉପହାରଗୁଡ଼ିକର ଫଟୋ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଶେୟାର କରିଥିଲେ। ଏହାସହିତ ଉପହାର ପଠାଇଥିବା ଲୋକଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି। ଫୁଲ, ଚକୋଲେଟ୍, ବେବି ପ୍ରଡକ୍ଟସ୍ ଭଳି ଉପହାର ତାଙ୍କ ଘରେ ପହଞ୍ଚିବାରେ ଲାଗିଛି।

 

View this post on Instagram

 

A post shared by Manav Manglani (@manav.manglani)

ପୂର୍ବଥର ଭଳି ଗର୍ଭବତୀ ଥିବା ବେଳେ ମଧ୍ୟ କରିନା କାମ କରିବା ଜାରି ରଖିଥିଲେ । ସେ କେବେବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଏପରିକି କାମ କରିବା ଦ୍ୱାରା ପେଟରେ ବଢୁଥିବା ଶିଶୁଟି ସୁସ୍ଥ ରହିଥାଏ ବୋଲି ଯୁକ୍ତି ବାଢିଥିଲେ କରିନା କପୁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.