Below header

କୋରାପୁଟ: ଜୟପୁର କୁମ୍ଭାର ସାହିରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର(କେନ୍ୟୁଜ୍):  ଜୟପୁର କୁମ୍ଭାର ସାହିରେ ଘଟିଛି ହତ୍ୟାକାଣ୍ଡ । ଚନ୍ଦ୍ର ପରଜା ନାମକ ଏକ ବ୍ୟକ୍ତି ଜୟପୁର ମାଳି ସାହିରେ ରହୁଥିଲେ । ତାଙ୍କ ସାଙ୍ଗଙ୍କ ସହିତ ସେ ଗତକାଲି ରାତିରେ କୁମ୍ଭାର ସାହି ଆସିଥିଲେ । କିନ୍ତୁ ଆଜି ସକାଳୁ ଜୟପୁର କୁମ୍ଭାର ସାହି ନିକଟରେ ତାଙ୍କ ମୃତ୍ୟୁ ଦେହ ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଚନ୍ଦ୍ରଙ୍କ ମୁଣ୍ଡକୁ ପଥର ଛେଚି କେହି ହତ୍ୟା କରିଛି ବୋଲି ଜଣା ପଡୁଛି।

ଚନ୍ଦ୍ର ବିବାହିତ ଥିବା ବେଳେ ତାଙ୍କ ଦୁଇ ପୁଅ ଝିଅ ଅଛନ୍ତି ଓ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ସହ ପଳେଇ ଯାଇଛନ୍ତି । ଗତକାଲି ଚନ୍ଦ୍ର ଯାହା ସାଙ୍ଗରେ କୁମ୍ବାର ସାହି ଆସିଥିଲେ ସେ ଫେରାର ଥିବାର ସୂଚନା ମିଳିଛି। ଚନ୍ଦ୍ରଙ୍କ ମରଶରୀର ନିକଟରେ ଚପଲ , ବିସ୍କୁଟ ପଡ଼ିଛି । ଶବକୁ ଉଦ୍ଧାର କରି ବ୍ୟବଛେଦ କରାଯିବସହ ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିବେ ବୋଲି ଟାଉନ ଥାନା ଅଧିକାରୀ ବାଲେଶ୍ଵର ଗିଧି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.