ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କଲା ବିସିସିଆଇ, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଏଣ୍ଟ୍ରି

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ବିସିସିଆଇ ୧୯ ଜଣିଆ ଖଳୋଳି ତାଲିକା ପ୍ରକାଶ କରିଛି। ଯେଉଁଥିରେ କିଛି ନୂଆ ଚହେରୋ ମଧ୍ୟ ସାମିଲ ରହିଛି। ୨୦୨୦ ଆଇପିଏଲ ସିଜିନରେ ଦମଦାର ପ୍ରର୍ଦଶନ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଥିବା ବଳେେ ରାହୁଲ ତେଓ୍ବତିଆ ଓ ଇଶାନ୍ କିଷାନ, ଭୁବନେଶ୍ବର କୁମାରଙ୍କୁ ସୁଯୋଗ ମିଳିଛି।

ବିସିସିଆଇ ପକ୍ଷରୁ ଆଜି ରାତିରେ ଦଳ ଘୋଷଣା କରାଯାଇଛି। ପୂର୍ବପରି ବିରାଟ ଦଳର ମଙ୍ଗ ଧରିଥିବା ବଳେେ ରୋହିତ ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ। ସେହିପରି ଅଷ୍ଟ୍ରଲେିଆ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇବା ପରେ ଆହତ କାରଣରୁ ଦଳରୁ ବାଦ ପଡ଼ିଥିବା ବରୁଣ ଚକ୍ରର୍ବତ୍ତୀ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ବୁମରା ଓ ସାମିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ।

ଭାରତୀୟ ଦଳ:

ବିରାଟ କୋହଲି (ଅଧିନାୟକ), ରୋହିତ ର୍ଶମା(ଉପ-ଅଧିନାୟକ), କେଏଲ ରାହୁଲ, ଶିଖର ଧଓ୍ବନ, ଶ୍ରୟେସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଇଶାନ୍ କିଷାନ, ୟୁଜବନେ୍ଦ୍ର ଚହଲ, ବରୁଣ ଚକ୍ରର୍ବତ୍ତୀ, ଅକ୍ସର ପଟଲେ, ଓ୍ବାଶିଂଟନ୍ ସୁନ୍ଦର, ରାହୁଲ ତେଓ୍ବତିଆ, ଟି ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସାଇନି, ର୍ଶଦ୍ଦାଲୁ ଠାକୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.