Below header

୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି। ଆଜି ୪ ଜଣ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହୋଇଛି। ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ, ଆଉ ଦୁଇ ଜଣଙ୍କର ପେନ୍‌ସନ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।

ଟିଟିଲାଗଡ ବ୍ଲକ୍‌ର ପୂର୍ବତନ ଏସଇଓ ବଳରାମ ସୁନା ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଆଠମଲ୍ଲିକରେ କାର୍ଯ୍ୟରତ Statistical Assistant ଶ୍ରୀ ବସନ୍ତ କୁମାର ସାହୁଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରୀରୁ ବରଖାସ୍ତ କରାଯାଇଛି। ଭୁବନେଶ୍ଵର BEDର ପୂର୍ବତନ ଡିଜିଏମ୍‌ ଦାମୋଦର ଦାସ ଏବଂ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ ଏମ୍‌ ଜଗନ୍ନାଥ ରାଓଙ୍କ ପେନ୍‌ସନ୍‌ ଏବଂ ପେନ୍‌ସନ ଜନିତ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।

ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଏହି ଦୁଇ ଅଧିକାରୀ ଅଦାଲତ ଦ୍ୱାରା ଅଭିଯୁକ୍ତ ହୋଇଥିଲେ। ଗତ ଏକ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୧୭ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.