ଛିଃ ଏତେ କ୍ରୁର! କୁନ୍ଦୁରୀ ଗଛ ଓପାଡ଼ି ଦେଲା ବୋଲି ୧୨ ବର୍ଷର ଝିଅକୁ ଜିଅନ୍ତା ଜଳାଇଦେଲେ ପଡ଼ୋଶୀ

କ୍ଷେତରୁ ଗଛ ଓପାଡ଼ିଦେଲା ବୋଲି ୧୨ ବର୍ଷର ଝିଅକୁ ଜିଅନ୍ତା ଜଳାଇଦେଲେ ପଡ଼ୋଶୀ। ଏଭଳି ଛାତି ଥରାଇଦେବା ଭଳି ମାମଲା ସାମ୍ନାକୁ ଆସିଛି ବିହାରରୁ। ବିହାରର ବେଗୁସରାୟ ଜିଲ୍ଲାର ବରୌନୀ ଥାନା ଅଞ୍ଚଳରେ ଏଭଳି କ୍ରୁର ଘଟଣା ଘଟିଛି। ତେବେ ଗୁରୁତର ଅବସ୍ଥାରେ କୁନି ଝିଅଟିକୁ ମେଡିକାଳରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନାନୁସାରେ, ବରୌନୀ ଗାଁରେ ଏକ ୧୨ ବର୍ଷର ଝିଅ ନିଜ ଘର ସାମ୍ନାରେ ଖେଳୁଥିଲା। ଏହି ସମୟରେ ସେ ପଡ଼ୋଶୀ ସିକନ୍ଦର ଯାଦବଙ୍କ ଘରେ ଲାଗିଥିବା କୁନ୍ଦୁରୀ ଗଛକୁ ଓପାଡ଼ି ଦେଇଥିଲା। ଏହା ଜାଣିବା ପରେ ସିକନ୍ଦର ଓ ତାଙ୍କ ପତ୍ନୀ କବିତା ଦେବୀ ଝିଅକୁ ଧରି ନିସ୍ତୁକ ମାଡ଼ ମାରିଥିଲେ ଓ ଶରୀର ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ।

ଶନିବାର ଦିନ ଏନେଇ ଥାନାରେ ମାମଲା ରୁଜୁ କରାଯାଇଥିବା ବରୌନୀ ଥାନା ଅଧିକାରୀ ସୁରେନ୍ଦ୍ର ସିଂହ କହିଛନ୍ତି। ଝିଅଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା ସ୍ୱାସ୍ଥାବସ୍ଥା ଗୁରୁତର ରହିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବାକୁ ଖୋଜୁଛି। ତେବେ ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଚାଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.