ସ୍ପଷ୍ଟ କଲା IRDAI: କୋଭିଡ୍‌-୧୯ ଟିକା ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ବୀମା କମ୍ପାନୀ ଉଠାଇବ ସମସ୍ତ ଖର୍ଚ୍ଚ

କୋଭିଡ୍‌-୧୯ ଟିକା ନେବା ଯୋଗୁ ଯଦି କାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି, ତ ତାଙ୍କର ସମସ୍ତ ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ। ଏ ନେଇ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ(IRDAI) ସ୍ପଷ୍ଟ କରିଛି। IRDAI କହିଛି ଯେ ଯଦି କୌଣସି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ବୀମା ରହିଛି ଏବଂ ସେ ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ତା’ହେଲେ ବୀମା କମ୍ପାନୀ ତାଙ୍କୁ କ୍ୟାଶଲେସ୍‌ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମନା କରିପାରିବ ନାହିଁ।

କ’ଣ କହିଛି IRDAI

IRDAI ଏକ ବୟାନ ଜାରି କରି କହିଛି, ଗଣମାଧ୍ୟମରେ ଏମିତି ଅନେକ ଆଲୋଚନା ହେଉଛି ଯେ କୋଭିଡ୍‌-୧୯ ଟିକାକରଣ ଯୋଗୁ ଯଦି କାହା କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଉପୁଜେ, ତ ତାଙ୍କୁ ବୀମା ପଲିସି ଅଧୀନରେ କଭର୍‌ କରାଯିବ କି ନାହିଁ। ଏଥିପାଇଁ ଆମେ ସ୍ପଷ୍ଟ କରିଛୁ କି, ବ୍ୟକ୍ତି କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ ତାଙ୍କର ସମସ୍ତ ଖର୍ଚ୍ଚ ବୀମାରେ ବହନ କରାଯିବ। କିନ୍ତୁ ଏଥିପାଇଁ କମ୍ପାନୀ ପୂର୍ବରୁ ଯେଉଁ ନିୟମ ଏବଂ ସର୍ତ୍ତ ରଖିଛି, ତାହାକୁ ପାଳନ କରିବାକୁ ହେବ।

ଅନ୍ୟପକ୍ଷରେ ସରକାରୀ ବୀମା କମ୍ପାନୀ ଏଲ୍‌ଆଇସି କୋଭିଡ୍‌ ସଙ୍କଟରେ ଜୁଝି ହେଉଥିବା ନିଜ ଗ୍ରାହକମାନଙ୍କ ପାଇଁ ସେଟଲମେଣ୍ଟ ପ୍ରକ୍ରିୟାକୁ ସହଜ କରିଦେଇଛି। କମ୍ପାନୀ କହିଛି, ଗ୍ରାହକ ନିଜ ପଲିସିର ମାଚ୍ୟୁରିଟି ପିରିୟଡ ସହ ଜଡ଼ିତ ଦସ୍ତାବିଜ୍‌କୁ ଦେଶର କୌଣସି ବି ଏଲ୍‌ଆଇସି କାର୍ଯ୍ୟାଳୟରେ ଜମା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.