Below header

କୋଭିଡ଼ ପରିଚାଳନା ନେଇ ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ଼ ଘୋଷଣା, ନୂଆ କଟକଣା ଲାଗୁ ନେଇ କଳ୍ପନା ଜଳ୍ପନା

କେନ୍ୟୁଜ୍(ବ୍ୟୁରୋ):  କୋଭିଡ଼ ପରିଚାଳନା ନେଇ କାଲି ହୋଇପାରେ ବଡ଼ ଘୋଷଣା। ଦିନ ୧୦ଟାରେ ମୁଖ୍ୟ ଶାସନ ସଚିବ କୋଭିଡ଼ ପରିଚାଳନା ନେଇ  କିଛି  ବଡ଼ ଘୋଷଣା  କରିପାରନ୍ତି ବୋଲି ସୂଚନା ମିଳିଛି। ମେ ମାସ ପାଇଁ ଗାଇଡ଼ଲାଇନ ନେଇ  କିଛି ବଡ଼ ଘୋଷଣା କରିପାରନ୍ତି  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିଛି ନୂଆ କଟକଣା ଲାଗୁ ନେଇ କଳ୍ପନାଜଳ୍ପନା ଚାଲିଥିବା ସୂଚନା ମିଳିଛି।

ମେ ପହିଲାରେ ରାଜ୍ୟରେ ରେକର୍ଡ କରିଛି କରୋନା ସଂକ୍ରମଣ । ଦିନକରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲେ ବି ମୃତ୍ୟୁ ସଂଖ୍ୟା କମିଛି । ଗତକାଲି ୧୪ ଜଣ ପ୍ରାଣ ହରାଇଥିଲେ । ଆଜି ସଂଖ୍ୟା ୧୧କୁ ଖସିଛି । ଆଜି ରାଜ୍ୟରୁ ଯେତିକି ସଂକ୍ରମିତ, ତାର ୪୬ ପ୍ରତିଶତ କେବଳ ୫ଟି ଜିଲ୍ଲାର ସଂକ୍ରମିତ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସ୍ଥିତି ଉଦବେଗଜନକ ରହିଛି । ରେଡ୍‌ ଜୋନରେ ଅଛି ୧୯ଟି ଜିଲ୍ଲା । ଆସନ୍ତାକାଲି ସକାଳ ୧୦ଟାରେ ର ମେ ମାସ ପାଇଁ ଗାଇଡଲାଇନ ଘୋଷଣା କରିବେ ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.