ଶରୀର ପାଇଁ ସବୁଠୁ ବେଷ୍ଟ ହୋଇଥାଏ ପାଚିଲା କଦଳୀ , ଯାହା ଆପଣଙ୍କୁ ରଖିଥାଏ ସ୍ୱାସ୍ଥ୍ୟବାନ

ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ନିହାତି ଜରୁରୀ ହୋଇଥାଏ । ଏଥିପାଇଁ ଉତ୍ତମ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ । କିନ୍ତୁ ପ୍ରାୟ ଅଛନ୍ତି ଯେଉଁମାନଙ୍କ ଖାଇବାରେ କୌଣସି ଠିକ ଠିକଣା ନଥାଏ । ହୁଏତ ସେମାନେ ଉପଯୁକ୍ତ ଖାଦ୍ୟ ଖାଇ ନଥାନ୍ତି ଯଦି ବି ଖାଆନ୍ତି ଅଧିକ ସମୟ ବ୍ୟବଧାନ ରଖି । କାର୍ଯ୍ୟ ବ୍ୟବସ୍ଥା କାରଣରୁ ଅନେକ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ତେବେ ଆଜି ଆମେ କହିବୁ ଆପଣଙ୍କୁ ପ୍ରତିଦିନ ଆପଣ ଏମିତି କଣ ଖାଇବେ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।

ଫଳ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆମେ ଉଚିତ ମାତ୍ରାରେ ଫଳ ଖାଇବା ଆବଶ୍ୟକ । ଯାହାକି ଶରୀରରେ ଜଳୀୟଅଂଶର ସ୍ତରକୁ ଠିକ ରଖିଥାଏ । ତେବେ ଏହି ସବୁ ଫଳ ମାନଙ୍କ ଭିତରୁ କଦଳୀ ହେଉଛି ଏମିତି ଏକ ଫଳ ଯାହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ।

ବିଶେଷ କରି ଏହା ଶରୀରରେ ରକ୍ତସର୍କରାର ସ୍ତରକୁ ବଢ଼ାଇଥାଏ । ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ । ମଧୁମେହ ରୋଗୀ ଏହାକୁ ବାଦାମ ସହ ମିଶାଇ ଖାଇଲେ ଲାଭଦାୟକ ହୋଇଥାଏ । ଯାହାଦ୍ୱାରା ସେମାନଙ୍କ ରକ୍ତସର୍କରା ସ୍ତର ଠିକ ରୁହେ । ଏହା ବ୍ୟତିତ ଟ୍ରେନିଂ ସମୟରେ ଅଧିକ ଷ୍ଟାମିନା ବା ଶକ୍ତି ଦରକାର ହେଲେ କଦଳୀ ସବୁଠୁ ଉପଯୂୁକ୍ତ ଖାଦ୍ୟ ହୋଇଥାଏ ।

କଦଳୀରେ ଥିବା ଫାଇବର ଶରୀରରେ ରକ୍ତ କୋଶିକାକୁ ରିଲିଜ କରି ଶରୀରରେ ଶକ୍ତି ଭରିଥାଏ । ଏହି ଫଳରେ ୮୦ କ୍ୟାଲୋରିଜ ରହିଥାଏ । ଏହାଦ୍ୱାରା ଶରୀର ସୁସ୍ଥ ରହିିଥାଏ । ଆପଣ ଏହାକୁ ଗ୍ରାଇଣ୍ଡ କରି କ୍ଷୀର ସହ ପିଇପାରିବେ । ଏହାକୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.