ସିବିଏସଇ ଦଶମ ରେଜଲ୍ଟ ନେଇ ଆସିଲା ଗାଇଡ଼ଲାଇନ, ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ବାହାରିବ ରେଜଲ୍ଟ

କେନ୍ୟୁଜ୍(ବ୍ୟୁରୋ):  ସିବିଏସଇ ଦଶମ ରେଜଲ୍ଟ ନେଇ ଆସିଲା ଗାଇଡ଼ଲାଇନ।  ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ବାହାରିବ ସିବିଏସଇ ଦଶମ ରେଜଲ୍ଟ, । ଏନେଇ ସିବିଏସଇର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରେଜଲ୍ଟ ପାଇଁ ସବୁ ସ୍କୁଲର ୮ ଜଣିଆ ରେଜଲ୍ଟ  କମିଟି ନେଇ  ସିବିଏସଇ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲର ପ୍ରିନ୍ସିପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ କମିଟି ଗଠନ ହେବ ।

କମିଟିର ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ଓ ଦୁଇ ଜଣ ପାଖ ସ୍କୁଲର ଶିକ୍ଷକ ରହିବେ। ବର୍ଷ ତମାମ ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମାର୍କିଂ ହେବ ଓ ବାକି ୨୦ ମାର୍କର ମାର୍କିଂ  ଆଭ୍ୟନ୍ତରୀଣ ପରୀକ୍ଷାରୁ ହେବ  ବୋଲି ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.