Below header

ଲକଡାଉନରେ ବି ମାତିଛନ୍ତି ବାଇକ ଚୋର, ୨ ଚୋରା ବାଇକ ସହ ୩ ଗିରଫ

ଟାଙ୍ଗୀ (କେନ୍ୟୁଜ) : ତାଲା ବନ୍ଦରେ ମାତିଛନ୍ତି ଵାଇକ ଚୋର । ବାଇକ ଚୋରି କରି ପଳାଇ ଯାଉଥିବା ବେଳେ ଧରିଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ । ବାଇକ ଲୁଟେରାଙ୍କ ଠାରୁ ୨ଟି ବାଇକ ଜବତ ହୋଇଛନ୍ତି। ଜଣେ ନାବାଳକ ସହ ୨ ଗିରଫ। ସୋରଣ ବଜାରରେ ୨ ଜଣ ବ୍ୟକ୍ତି ବାଇକ୍ ରଖି ବଜାରରେ ସଉଦା କରୁଥିବା ବେଳେ ୨ ଟି ଯାକ ବାଇକକୁ ଚୋର ମାନେ ଚୋରୀ କରିନେଇ ପଳାଇ ଯାଉଥିଲେ । ବାଇକ ଚୋରି ହୋଇଥିବା କଥା ବାଇକ ମାଲିକ ଦୁଇଜଣ ଜାଣିବା ପୋଲିସକୁ ଖବର ଦେଇଥିଲେ।

ପୋଲିସ୍ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ୨ ଟି ଯାକ ଗାଡିକୁ ଜବତ କରିଥିଲା । ଏହା ସହ ଜଣେ ନାବାଳକ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ତେବେ ଗିରଫ ଅଭିଯୁକ୍ତ ଦ୍ୱୟ ବିଭିନ୍ନ ସମୟରେ ଵହୁ ଲୁଟ୍ ପାଟରେ ସଂପ୍ରୁକ୍ତ ଥିଵା ପୋଲିସ୍ ଜାଣି ପାରିଛି । ଆଗକୁ ଆହୁରି ଚୋରା ଗାଡି ରାକେଟ ଉପରେ ନଜର ରଖିବା ସହ ଚୋରୀ ରାହାଯାନୀକୁ ରୋକିବାକୁ ଦୁରୁତ୍ୱ ଦିଆଯିବ ବୋଲି ଟାଙ୍ଗୀ ଥାନାର ଯୁବ ପୋଲିସ୍ ଆଇଆଇସି ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.