ଶରୀରରେ କ୍ୟାଲୋରି ନିୟନ୍ତ୍ରଣ ସହ ହଜମ ଶକ୍ତିକୁ ବୃଦ୍ଧି କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଓଜନ ହ୍ରାସ କରିବା ପାଇଁ ଅନେକ ଉପାୟ ଏବେ ଶୁଣିବାକୁ ମିଳୁଛି । କେତେଜଣ ବ୍ୟାୟାମକୁ ଆପଣାଉଛନ୍ତି । କିନ୍ତୁ କେବଳ ବ୍ୟାୟାମ ଯଥେଷ୍ଟ ନୁହେଁ । ଶରୀରରେ ଓଜନ ହ୍ରାସ କରିବା ପାଇଁ ଖାଦ୍ୟ ମଧ୍ୟ ବେଶ ପ୍ରଭାବ ପକାଇଥାଏ । ଖାଦ୍ୟର ମାତ୍ରା ଶରୀରରେ ଓଜନ ହ୍ରାସ କିମ୍ବା ବୃଦ୍ଧି କରିବା ପାଇଁ ଦାୟୀ ହୋଇଥାଏ । ବ୍ୟାୟାମ ଶରୀରରୁ ଓଜନ ହ୍ରାସ କରିବା ପାଇଁ କେବଳ ୩୦% ଭୁମିକା ନିର୍ବାହ କରେ ।

ଆପଣ ଦୈନିକ କେତେ ମାତ୍ରାରେ ଭୋଜନ ଗ୍ରହଣ କରୁଛନ୍ତି, ତାହା ଜାଣିବା ମଧ୍ୟ ନିହାତି ଦରକାର । ସ୍ୱାଦିଷ୍ଟ ଭୋଜନ ପାଇଁ ଆଜିକାଲି ସମସ୍ତେ ବାହାର ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ବଜାରରେ ଏମିତି ଖାଦ୍ୟ ବିକ୍ରି ହେଉଛି ଯାହା ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ । ଶରୀରରେ କୋଲେଷ୍ଟରଲର ମାତ୍ରା ବଢ଼ାଇବାରେ ଏହା ସାହାଯ୍ୟ କରେ । ଅତ୍ୟଧିକ କ୍ୟାଲୋରୀ ସେବନ ଦ୍ୱାରା ଶରୀରରେ ଓଜନ ବଢ଼ିଥାଏ । ତେଣୁ ଖାଇବା ପୂର୍ବରୁ ସର୍ବଦା ଖାଦ୍ୟକୁ ଓ ଖାଦ୍ୟର ମାତ୍ରାକୁ ଧ୍ୟାନରେ ରଖି ଖାଆନ୍ତୁ ।

ଅଳ୍ପ ଅଳ୍ପ ଖାଦ୍ୟ ସେବନ ଦ୍ୱାରା ଏହା ଶୀଘ୍ର ହଜମ ହୋଇଥାଏ । ପାଚନ ଶକ୍ତି ଉପରେ ବେଶ ଭଲ ପ୍ରଭାବ ପଡିଥାଏ । କାରଣ ଏକାଥରେ ଅତ୍ୟଧିକ ଖାଦ୍ୟ ସେବନ ଦ୍ୱାରା ଶରୀରରେ ଏସିଡିଟି ଭଳି ସମସ୍ୟା ଦେଖାଯାଏ । ପାଚନ ତନ୍ତ୍ର ପ୍ରକ୍ରିୟା ବାଧା ପ୍ରାପ୍ତ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.