Below header

ଅସ୍ତରଙ୍ଗ ନୂଆଗଡ଼ ଗାଁରେ ୫ ମିନିଟ୍‌ ଧରି ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼, ଉଡ଼ାଇଲା ଆଜବେଷ୍ଟ ଫୋପାଡ଼ିଲା ଟ୍ରାକ୍ଟର

ଅସ୍ତରଙ୍ଗ : ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଅସ୍ତରଙ୍ଗ ନୂଆଗଡ଼ ଗାଁରେ ୫ ମିନିଟ୍‌ର ଘୂର୍ଣ୍ଣିଝଡ଼ ତାଣ୍ଡବ। ପବନରେ ଉଡ଼ିଲା ବହୁ ଆଜବେଷ୍ଟସ ଛପର ଓ ଚାଳ ଘର। ଫୋପାଡ଼ି ଦେଲା ଟ୍ରାକ୍ଟର । ଘୂର୍ଣ୍ଣିଝଡ ଯୋଗୁଁ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଆଜି ଦିନ ୧୦ଟାରେ ଅସ୍ତରଙ୍ଗ ବ୍ଲକ ନୂଆଗଡ଼ରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ବାରଦା ନଦୀରୁ ହାତୀଶୁଣ୍ଢ ଭଳି ପାଣି ଉଠାଇନେଲା । ଘୂର୍ଣ୍ଣନାକାର ହୋଇ ମାଡ଼ିଚାଲିଲା ଖଣ୍ଡିଆ ଭୂତ । କିଛି ସମୟ ମଧ୍ୟରେ ନୂଆଗଡ଼ ପଞ୍ଚାୟତ ଅଫିସ ପାଖରେ ଥିବା ବାବୁଲି ନାୟକଙ୍କ ଘର ପାଖରେ ରଚିଲା ତାଣ୍ଡବ ।

pabanଧାନ ଖଳାରେ ଥିବା ଟ୍ରାକ୍ଟରକୁ ୨୦ ଫୁଟ୍ ଦୂରରେ ଫୋପାଡ଼ିଦେଲା । ୧୫ ବସ୍ତା ଧାନ ଓ ତିନିଟିନଡ଼ା ଗଦାକୁ ବି ଉଡ଼ାଇ ଦେଲା । ନୂଆଗଡ଼ ଗାଁରେ ଖଣ୍ଡିଆ ଭୂତ ଦୁଇଟି ଆଜବେଷ୍ଟସ ଘରକୁ ପୂରା ଭାଙ୍ଗି ଦେଇଛି । ଅନେକ ଚାଳ ଛପର ଘରକୁ ଉଡ଼ାଇ ନେଇଛି । ଆହୁରି ଅନେକ ଘର କ୍ଷତିଗ୍ରସ୍ତ ହୋଇଛିି । ପାଞ୍ଚ ମିନିଟରେ ପୂରା ଗାଁ ଧୂଳି ଧୂସରରେ ପରିପୂର୍ଣ୍ଣ ହୋଇଯାଇଥିଲା । ଲୋକମାନେ ଭୟରେ ଦୌଡ଼ାଦୌଡ଼ି କରିଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.