କେରଳରେ ଜଣେ ଛାତ୍ରଙ୍କଠାରୁ କରୋନା ଭାଇରସ୍‌ ଭୂତାଣୁ ଚିହ୍ନଟ, ପଜିଟିଭ୍‌ ଆସିଛି ରିପୋର୍ଟ

କେରଳ: କେରଳରେ କରୋନା । ଜଣେ ଛାତ୍ରଙ୍କଠାରେ ଚିହ୍ନଟ ହୋଇଛି କରୋନା ଭାଇରସ୍‌ ଭୂତାଣୁ । ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି । ଚୀନ୍‌ରୁ ଆକ୍ରାନ୍ତ ହୋଇ କେରଳ ଫେରିଥିବା ସୂଚନା ମିଳିଛି। ଛାତ୍ର ଜଣକ ଚୀନ୍‌ର ୟୁହାନ ବିଶ୍ୱବିଦ୍ୟାଳୟରେ ପଢୁଥିଲେ । ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା ୧୭୦ ଜଣଙ୍କ ଜୀବନ ନେଲାଣି । ୭ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ୧୩ଟି ଦେଶକୁ ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ଅନେକ ରାଷ୍ଟ୍ରରେ ଭାଇରସ୍‌ ବ୍ୟାପିବା ଆଶଙ୍କା ରହିଛି । ସେପଟେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆଜି ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଜେନେଭାରେ ହେବାକୁ ଥିବା ବୈଠକରେ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା ନେଇ ଆଲୋଚନା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.