Below header

ପଯ୍ୟର୍ଟକଙ୍କ ପାଇଁ ନାସା ବନାଉଛି ସ୍ପେସ୍‌ ହୋମ୍‌, ଦେଖିପାରିବେ ପୃଥିବୀର ୩୬୦ ଡିଗ୍ରୀ ଭିଉ

ଅନ୍ତରିକ୍ଷ ଜଗତରେ ନାସାକୁ ବହୁତ ବଡ ବୋଲି ଧରାଯାଏ ଏବଂ ନାସାକୁ ନିଜର ଉପଲବ୍ଧି ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଥାଏ। ନାସା ଏବେ ଏକ ବହୁତ ଖାସ୍‌ କାମ କରିବାକୁ ଯାଉଛି, ଯେଉଁଥିରେ ପଯ୍ୟର୍ଟକଙ୍କୁ ଛୁଟି ମନାଇବା ପାଇଁ ଅନ୍ତରୀକ୍ଷକୁ ଯାଇପାରିବେ ଏବଂ ସେଠାରୁ ପୃଥିବୀକୁ ଦେଖି ପାରିବେ। ଆଜ୍ଞା ହଁ ନାସା ବହୁତ ଜଲଦି ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ସ୍ପେସ ହୋମ ତିଆରି କରିବାକୁ ଯାଉଛି। ଏହି କାମ ପାଇଁ ନାସା ଆମେରିକାର ଏକ ଷ୍ଟାଟଅର୍ପ କମ୍ପାନୀ ସହିତ ଚୁକ୍ତିନାମା କରିଛି। ସ୍ପେସ ଟୁରିଜିମକୁ ବୃଦ୍ଧି କରିବା ପାଇଁ ନାସା ସ୍ପେସ ହୋମର ବ୍ୟବସାୟିକ ବ୍ୟବହାର ମଧ୍ୟ କରିବ।

ନାସା ଏହି କାମ ପାଇଁ ଏକ୍ସିୟମ ସ୍ପେସ ନାମକ ଷ୍ଟାଟଅର୍ପ କମ୍ପାନୀ ସହିତ ଚୁକ୍ତି କରିଛନ୍ତି। ଏକ୍ସିୟମ ସ୍ପେସ ଏହାର କନସେପ୍ଟ ଫଟୋ ରିଲିଜ୍‌ କରିଛି। ନାସା ସହିତ ମିଶି ଏହି କମ୍ପାନୀ ଇଏସଏସ ସହିତ ଯୋଡିହେବାକୁ ଥିବା ଆଉ ଏକ ରହିହେଉଥିବା ମଡେଲକୁ ଡିଜାଇନ୍‌ କରିବ। ଏହାସହିତ କମ୍ପାନୀ ଆଶା କରିଛି ଯେ ସେ ଏହି କାମକୁ ୨୦୨୪ ପଯ୍ୟର୍ନ୍ତ ପ୍ରସ୍ତୁତ କରିଦେବେ।

ଏହି ସେଗମେଣ୍ଟ ଇଣ୍ଟରନ୍ୟାସନାଲ ସ୍ପେସ ସହିତ ସହଜରେ ଯୋଡିବ ଏବଂ ଅଲଗା ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନାସା ଗତ ବର୍ଷ ଘୋଷଣା କରିଥିଲା ଯେ ସେ ୨୦୨୦ ପରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପଯ୍ୟର୍ଟକଙ୍କୁ ମଧ୍ୟ ବୁଲିବା ପାଇଁ ପଠାଇବ।

ଏହି ‘ସ୍ପେସ ହୋମ’ ଅନ୍ତରୀକ୍ଷ ପାଇଁ ଏବେ ପର୍ଯ୍ୟନ୍ତର ସବୁଠାରୁ ବଡ ନିର୍ମାଣ ଅଟେ। ଏଥିରେ ବହୁତ ମଜବୁତର କବାଟ ରହିବ। ଏହାସହିତ ଓ୍ଵାଇ-ଫାଇ, ମିରର ଏବଂ ଗ୍ଲାସ ଓ୍ଵିଣ୍ଡୋ ମଧ୍ୟ ହେବ। ସବୁଠାରୁ ଖାସ କଥା ହେଉଛି ଏହି ହୋମରେ ଜିରୋ ଗ୍ରାଭିଟୀ ଉପରେ ରୋକ ଲଗାଇବା ପାଇଁ ଅଲଗା ଅଲଗା ଜାଗାରେ ରେଲିଙ୍ଗର ବ୍ୟବହାର କରାଯିବ। ପଯ୍ୟର୍ଟକ ଗ୍ଲାସ ଓ୍ଵିଣ୍ଡୋରେ ଅନ୍ତରୀକ୍ଷକୁ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.