ଫାଶୀ ପୂର୍ବରୁ ନିର୍ଭୟା ଦୋଷୀଙ୍କ ସବୁ ଚାଲ୍ ଫେଲ୍ ମାରିଛି, ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍‌କୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଫାଶୀ ପୂର୍ବରୁ ନିର୍ଭୟା ଦୋଷୀଙ୍କ ଚାଲ୍ ଫସର ଫାଟିଛି । ଫେବ୍ରୁଆରୀ ୧ ତାରିଖରେ ଚାରି ଦୋଷୀ ଫାଶୀ ଝୁଣ୍ଟରେ ଝୁଲିବା ନିଶ୍ଚିତ । ତାରିଖ ଆଉ ଘୁଞ୍ଚିବ ନାହିଁ । ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍‌କୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଜାନୁଆରୀ ୨୨ ତାରିଖରେ ଡେଥ୍ ଓ୍ଵାରେଣ୍ଟ ଘୁଞ୍ଚିଥିଲା । ଏବେ ପୁଣି ଥରେ ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.