Below header

ମାଲକାନଗିରି : ଛାତ୍ରଙ୍କ ଦେହରେ ଲାଗିଲା ନିଆଁ, ପୋଡ଼ି ଯାଇଛି ଶରୀରର ୯୦ ଭାଗ

ମାଲକାନଗିରି (କେନ୍ୟୁଜ୍) : ଛାତ୍ରଙ୍କ ଦେହରେ ଲାଗିଲା ନିଆଁ । ମାଲକାନଗିରି ସିଦ୍ରିମାଲଠାରେ ଏକଲବ୍ୟ ସ୍କୁଲର ଛାତ୍ରଙ୍କ ଦେହରେ ନିଆଁ ଲାଗିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ଆହତ ଛାତ୍ରଙ୍କ ଘର ମାଥିଲି ଥାନା ବିମାନପାଲି ଗାଁର ସୁରେନ୍ଦ୍ର ନାୟକ ବୋଲି ଜଣାପଡ଼ିଛି । ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଛି । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.