ସମ୍ବଲପୁର, ତନ୍ତ୍ର ପାଇଁ ସ୍ତ୍ରୀକୁ ବଳି ଦେଲା ସଇତାନ ସ୍ୱାମୀ

ସମ୍ବଲପୁର (କେନ୍ୟୁଜ୍) : ନାକଟିଦେଉଳ ହିତସରା ଗାଁରେ ଚାଞ୍ଚଲ୍ୟ । ତନ୍ତ୍ର ପାଇଁ ସ୍ତ୍ରୀକୁ ବଳି ଦେଲା ସଇତାନ ସ୍ୱାମୀ । ୫ ଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ପୋଲିସ ଗାଁ ମୁଣ୍ଡ ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଜବତ କରିଛି । ଏହା ସହ ଅଭିଯୁକ୍ତ ସ୍ୱାମୀ ଚଗଲା ସେଠୀକୁ ଗିରଫ କରିଛି ପୋଲିସ । ନିଜ ସ୍ତ୍ରୀକୁ ବଳି ଦେଇଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ । ଗତ ୨୯ ତାରିଖରେ ସ୍ତ୍ରୀ ସୁଲୋଚନାକୁ ବଳିଦେଇ ଜଙ୍ଗଲରେ ଭିଙ୍ଗି ଦେଇଥିବା ପୋଲିସକୁ କହିଛି । ପୁଅ-ଝିଅଙ୍କୁ ବଳି ଦେବା ପାଇଁ ସ୍ୱପ୍ନାଦେଶ ଆସିଥିଲା । ପୁଅ-ଝିଅ ବଦଳରେ ବଳି ପାଇଁ ରାଜି ହୋଇଥିଲେ ପତ୍ନୀ ।

murderଏହା ପରେ ସ୍ତ୍ରୀକୁ ପଳି ଦେବା ପାଇଁ ଯୋଜନା କରିଥିଲା । ରାତିରେ ସ୍ତ୍ରୀ ଶୋଇଗଲା ପରେ ଟାଙ୍ଗିଆରେ ହତ୍ୟା କରିଥିଲା । ଏହା ପରେ ପାଖାପାଖି ଏକ କିଲୋମିଟର ଦୂର ଏକ ଜଙ୍ଗଲରେ ନେଇ ପକାଇ ଦେଇଥିଲା । ସୁଲୋଚନାଙ୍କ ଭାଇ ଏହା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ମୃତ ଦେହ ଜଙ୍ଗଲରୁ ଜବତ କରିଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି । ନାକଟି ଦେଉଳ ଥାନା ଅଧିକାରୀ, ଏସ୍ଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.