Below header

ଭାରତୀୟ ଛାତ୍ର ଫେଡେରେସନ ଟାଙ୍ଗୀ ଶାଖା ପକ୍ଷରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବାକୁ ଦାବି

ଟାଙ୍ଗୀ : ଭାରତୀୟ ଛାତ୍ର ଫେଡେରେସନ SFI ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଶାଖା ପକ୍ଷରୁ ଟାଙ୍ଗୀ ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ପ୍ରତିବାଦ କରି ଶତାଧିକ ଛାତ୍ର ଛାତ୍ରୀ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଛାତ୍ରଛାତ୍ରୀମାନେ ବଳରାମ ମନ୍ଦିର ପରିସରରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।

ସରକାର ଘରୋଇ ବିଦ୍ୟାଳୟକୁ ଅନୁକମ୍ପା ପ୍ରଦାନ କରୁଥିବାବେଳେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମୀ ନସଜାଡିବାରୁ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ମାନେ ବିମୁଖ ହେଉଛନ୍ତି । ଫଳରେ ସରକାରୀ ବିଦ୍ୟାଳୟ ଗୁଡିକରେ ବିଦ୍ଯାର୍ଥୀଙ୍କ ଉପସ୍ଥାନ ହ୍ରାସ ପାଉଛି । ସରକାର ସରକାରୀ ବିଦ୍ୟାଳୟ ପ୍ରତି ନଜର ଅଣଦେଖା କରିବାରୁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ପଦବୀ ଖାଲି ପଡିବା ସହ, ଖେଳ ପଡିଆ , ପାନୀୟ ଜଳ, ବିଦ୍ୟାଳୟ କୋଠା ଆଦି ଭାଙ୍ଗିରୁଜି ଗଲାଣି । ତୁରନ୍ତ ଏହିସବୁ ଦିଗ ପ୍ରତି ନଜର ଦେବାକୁ ଦାବି କରିଛି ଛାତ୍ର ସଂଗଠନ ଏସ୍ .ଏଫ.ଆ । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ସଂଗଠନ ।

ଅପରପଟେ ସହକାରୀ ଶିକ୍ଷାଧିକାରୀ ସେମାନଙ୍କ ଦାବୀ ପତ୍ର ଗ୍ରହଣ କରିଥିଲେ । ଏନେଇ ସେ  ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.