Below header

ମୋହନା: ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଦୁଇ ଦୁଇଟି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଲେ ମୃତକଙ୍କ ସମ୍ପର୍କୀୟ

ମୋହନା(କେନ୍ୟୁଜ୍‌): ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ  କ୍ଷତି ପୂରଣ ଦାବିରେ  ଦୁଇ ଦୁଇଟି ସ୍ଥାନରେ ରାଜରାସ୍ତାକୁ ବନ୍ଦ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ମୋହନା ମେଡିକାଲ ସମ୍ମୁଖରେ ଦୁର୍ଘଟଣାରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ପରିବାର ଏବଂ ସମ୍ପର୍କୀୟ କ୍ଷତିପୂରଣ ଦାବି  କରିଛନ୍ତି। ସେହିଭଳି ସମାନ ଘଟଣାରେ ଚାନ୍ଦିପୁଟ ଗ୍ରାମରେ ମଧ୍ୟ ରାଜରାସ୍ତାକୁ ଓଲ୍ଲାଇ ରାସ୍ତା  ଵନ୍ଦ କରିଛନ୍ତି ଗ୍ରାମବାସୀ । ଗତକାଲି ସଂନ୍ଧ୍ୟା ମୋହନା ଥାନା ଅନ୍ତର୍ଗତ କପୁରୀପଟା ଗାଁ ନିକଟରେ ଇନୋଭା କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀ ଖମାରିସାହିର ଶକ୍ତି ଜେନାଙ୍କ  ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର mkcg ରେ  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା  ।

mohana1ଅନ୍ୟପଟେ  ଦୁର୍ଘଟଣା ସ୍ଥଳରୁ ଇନୋଭା ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ,  ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଦୁଇଟି ସ୍ଥାନରେ ରାଜରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରୁଛନ୍ତି । ରାଜରାସ୍ତା ଅବରୋଧ ଫଳରେ ୩୨୬ ଏବଂ ୩୨୬ଏ ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।   ବ୍ରହ୍ମପୁର-ମୋହନା- ପାରଳାଖେମୁଣ୍ଡି ରାସ୍ତାରେ ଗମନାଗମନ ଠପ । ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ମୋହନା ପୋଲିସ ଟିମ୍‌ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.