୨୦୨୨ ସୁ‌ଦ୍ଧା ଯାଜପୁରରେ ହେବ ମେଡିକାଲ୍ କଲେଜ, ଭିତ୍ତିଭୂମି କାମର ଅନୁଧ୍ୟାନ କଲେ ବିଧାୟକ ପ୍ରଣବ ଦାସ ଓ ଜିଲ୍ଲାପାଳ

ଯାଜପୁର ଟାଉନ: ଯାଜପୁର ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର । ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତି ହୋଇଥିଲା ।

ଭିତ୍ତିଭୂମିର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ସେହିପରି ଯାଜପୁର ଜିଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଂଟର ଏବଂ ଜିଲ୍ଲା ସଦର ମହକୁମାରେ ୨ୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ମେଡିକାଲ ହେବାକୁ ଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଅବସରରେ ଯାଜପୁର ବ୍ଳକ ଅଧିକାରୀ ସୌରଭ ଚକ୍ରବର୍ତ୍ତୀ, ତହସିଲଦାର ସୁଶାନ୍ତ କୁମାର ପତି, ଯାଜପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.