ସେବାଶ୍ରମରେ ରାତ୍ରିଭୋଜନ ପରେ ୬୫ରୁ ଅଧିକ ଛାତ୍ରୀ ଅସୁସ୍ଥ

ମୟୂରଭଞ୍ଜ(କେନ୍ୟୁଜ୍) :  ରବିବାର ରାତ୍ରିଭୋଜନ ପରେ ସେବାଶ୍ରମ ଛାତ୍ରୀ ଅସୁସ୍ଥ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର କମଳୀ ସେବାଶ୍ରମର ବିଦ୍ୟାଳୟ ଛାତ୍ରୀନିବାସର ୬୫ରୁ ଅଧିକ ଛାତ୍ରୀ ଅସୁସ୍ଥ। ରବିବାର ରାତିରେ ଭୋଜିରେ ହୋଇଥିବା ମାଂସ ତରକାରୀ ଖାଇବା ପରେ ବାନ୍ତି ହେବା ସହ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ୩ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ପ୍ରାୟ ୬୫ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ଛାଡ଼ିଦିଆଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୧୫ରୁ ଅଧିକ ଛାତ୍ରୀ ଚିକିତ୍ସିତ ହେଉଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କହିବାକୁ ମନା କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.