Below header

ଗଞ୍ଜାମର ନିର୍ବାଚନ ସଭାରେ ବିଜେପି ଉପରେ ବର୍ଷିଲେ ନବୀନ : କହିଲେ, “ତିତଲି, ଫାଇଲିନ, ମରୁଡ଼ି ବେଳେ ଦେଖାନାହିଁ “

ଭୁବନେଶ୍ବର (କେନ୍ୟୁଜ୍) : ଗଞ୍ଜାମରେ ନବୀନଙ୍କ ହାଇଟେକ କ୍ୟାମ୍ପେନିଂ ଓ ବିଶାଳ ରୋଡ ସୋ । କନିଷିରେ ନିର୍ବାଚନ ସଭାରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି ନବୀନ । କହିଛନ୍ତି, ହୁଡ୍ହୁଡ୍, ତିତିଲି ଓ ମରୁଡି ବେଳେ ବିଜେପି ନେତାଙ୍କର ଦେଖାନାହିଁ । ନିର୍ବାଚନ ଆସିବାରୁ ବିଜେପିର ବଡ଼ ବଡ଼ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ହେଲେ ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ମୁଁ ସବୁ ବେଳେ ଆପଣଙ୍କ ପାଖରେ ଅଛି ଆଉ ରହିବି ବୋଲି କହିଛନ୍ତି ନବୀନ ।

naveen rally 3

ବ୍ରହ୍ମପୁରରେ ନବୀନଙ୍କ ପ୍ରଚାର। ପ୍ରଥମେ ପହଞ୍ଚିଥିଲେ କନିଷି। ସେଠାରେ ଅନୁଷ୍ଠିତ ହୋଇଥିଲା ସାଧାରଣ ସଭା। କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ ନବୀନ। ଫାଇଲିନ୍ ହେଲା ଆସିଲେ ନାହିଁ। ହୁଡ୍ହୁଡ୍ ହେଲା ଆସିଲେ ନାହିଁ। ତିତିଲି ହେଲା ଆସିଲେ ନାହିଁ। ମରୁଡି ହେଲା ଆସିଲେ ନାହିଁ। ନିର୍ବାଚନ ଆସିବାରୁ ବିଜେପିର ବଡ଼ ବଡ଼ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଇଲେକ୍ସନ ଆସିଲେ ବଡ଼ ବଡ଼ କଥା କହିବେ। ତାପରେ ଦେଖା ମିଳିବ ନାହିଁ। ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋର ପରିବାର। ମୁଁ ସବୁ ବେଳେ ଆପଣଙ୍କ ପାଖରେ ଅଛି ଆଉ ରହିବି। ଏହାସହ ଲୋକଙ୍କୁ ପ୍ରଶ୍ନ ପଚାରିବାକୁ ଆହ୍ଵାନ ଦେଇଛନ୍ତି, କୁଆଡେ ଗଲା ସ୍ୱତନ୍ତ୍ର କ୍ୟାଟାଗୋରୀ ଷ୍ଟାଟସ ପ୍ରତିଶ୍ରୁତି। କୁଆଡେ ଗଲା ମହିଳା ସଂରକ୍ଷଣ ପ୍ରତିଶ୍ରୁତି। କାହିଁକି ବୀମା ଲାଗି ଚାଷୀ ହଇରାଣ। କୁଆଡେ ଗଲା ପ୍ରତି ବର୍ଷ ୨ କୋଟି ଚାକିରୀ।

naveen rally 2

କନିଷି ସଭା ପରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ଆରମ୍ଭ ହୋଇଥିଲା ରୋଡ୍ ଶୋ। ଅତ୍ୟାଧୁନିକ ପ୍ରଚାର ଗାଡ଼ିରେ ନବୀନଙ୍କ ରୋଡ୍ ସୋ। ଉତ୍ତରେଶ୍ୱର ଛକ, ବିଜିପୁର, ଗାନ୍ଧିନଗର, ଗିରିଜା ଛକ, ତୁଳସୀ ନଗର, ଗେଟ୍ ବଜାର, କମାପଲ୍ଲୀ, ଗେଟ୍ବଜାର, ଇଞ୍ଜିନିୟରିଂ ସ୍କୁଲ ଛକ ଦେଇ ରଘୁନାଥ ପଲ୍ଲୀ ଯାଏ ରୋଡ୍ ଶୋ କରିଥିଲେ ନବୀନ।

naveen rally

ବ୍ରହ୍ମପୁରରେ ରୋଡ୍ ସୋ ପରେ ଛତ୍ରପୁର ଯାଇଥିଲେ ନବୀନ। ବ୍ରହ୍ମପୁରରେ ଆସନ୍ତା ୧୧ ତାରିଖରେ ମତଦାନ ହେବ। ବ୍ରହ୍ମପୁର ଲୋକସଭା ପାଇଁ ବିଜେଡିର ପ୍ରାର୍ଥୀ ଅଛନ୍ତି ଚନ୍ଦ୍ର ଶେଖର ସାହୁ। ଏହି ଲୋକସଭା ଅଧିନରେ ଥିବା ଛତ୍ରପୁର ପାଇଁ ଦଳର ପ୍ରାର୍ଥୀ ଅଛନ୍ତି ସୁବାସ ଚନ୍ଦ୍ର ବେହେରା। ସେହିପରି ଗୋପାଳପୁରରେ -ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁରରେ ବିକ୍ରମ ପଣ୍ଡା, ଚିକିଟିରେ ଉଷାଦେବୀ, ଦିଗପହଣ୍ଡିରେ ସୂର‌୍ୟ୍ୟ ନାରାୟଣ ପାତ୍ର, ମୋହନାରେ ପୂର୍ଣ୍ଣବାସୀ ନାୟକ ଓ ପାରଳାଖେମୁଣ୍ଡିରେ କଲ୍ୟାଣୀ ଗଜପତି ପ୍ରାର୍ଥୀ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.