Below header

କଳାହାଣ୍ଡି: କମେଣ୍ଟମରାକୁ ନେଇ ବିଷ ପିଇ ଆତ୍ମହତ୍ୟା କଲେ କଲେଜ ଛାତ୍ରୀ

କଳାହାଣ୍ଡି(କେନ୍ୟୁଜ୍): କମେଣ୍ଟ ମରାରେ ମର୍ମାହାତ ହୋଇ ବିଷ ପିଇ ଆତ୍ମହତ୍ୟା କଲେ କଲେଜ ଛାତ୍ରୀ । କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କଲେଜରୁ ଫେରି ଏମ୍‌ ରାମପୁର ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ କବିତା ପ୍ରଧାନ ନାମକ ଜଣେ ଛାତ୍ରୀ । ଏହି ସମୟରେ ଜଣେ କଲେଜ ଛାତ୍ର କବିତାଙ୍କୁ କମେଣ୍ଟ କରିଥିଲେ । ଏହା ପରେ ମାନସିକ ଚାପରେ କବିତା ବିଷପିଇ ଦେଇଥିଲେ । ତୁରନ୍ତ ତାଙ୍କୁ ଏମ୍‌. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରେ ବୁର୍ଲା ମେଡିକାଲ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.