Below header

ବିଦ୍ୟାଳୟ ପରିସରରେ ଛାତ୍ର ପାଠ ନୁହେଁ ବରଂ ମାରୁଛନ୍ତି କୁକୁଡା, ଭାଇରାଲ ହେଉଛି ଭିଡିଓ

ସ୍କୁଲକୁ ଆସି କୁକୁଡା କାଟୁଛନ୍ତି ଛାତ୍ର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏ ଦୃଶ୍ୟ ।

କେନ୍ଦୁଝର (କେନ୍ୟୁଜ) : ସ୍କୁଲକୁ ଆସି କୁକୁଡା କାଟୁଛନ୍ତି ଛାତ୍ର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏ ଦୃଶ୍ୟ । ବିଦ୍ୟାଳୟରେ ରୋଷେଇ ପାଇଁ ଛାତ୍ରମାନେ ମାରୁଛନ୍ତି କୁକୁଡା । ବିଦ୍ୟାଳୟ ହେଉଛି ଦଣ୍ଡମୁକ୍ତ ଅଞ୍ଚଳ, କିନ୍ତୁ ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ପାଠପଢା ଛାଡି ଆଶ୍ରମ ବିଦ୍ୟାଳୟରେ କୁକୁଡ଼ା ମାରିବା କାମରେ ଲାଗିଛନ୍ତି ଛାତ୍ର ।

ପାଠପଢା ବଦଳରେ ସରକାରୀ ଆଶ୍ରମ ବିଦ୍ୟାଳୟରେ ରୋଷେଇ ପାଇଁ ଛାତ୍ରମାନେ କୁକୁଡ଼ା ମାରୁଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ବାପା ମା ନିଜ ପିଲାଙ୍କୁ ପାଠ ପଢାଇବା ପାଇଁ ଆଶ୍ରମ ସ୍କୁଲରେ ସେମାନଙ୍କୁ ଛାଡିଛନ୍ତି ।ହେଲେ ଏଠି ପାଠ ପଢିବେ କଣ ରୋଷେଇ ଆୟୋଜନରେ ଲାଗିପଡିଛନ୍ତି ଛାତ୍ର । ଛୋଟ ଛୋଟ ଶିଶୁଙ୍କୁ କୁକୁଡ଼ା ମାରିବା କାମରେ ନିୟୋଜିତ କରୁଛନ୍ତି ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ଆଶ୍ରମ ବିଦ୍ୟାଳୟ ରେ।ସରକାର ଆଦିବାସୀ ହରିଜନ ପିଲାଙ୍କୁ ମାଗଣାରେ ଉଚ୍ଚ ମାନର ଶିକ୍ଷା ଯୋଗାଇବା ଉଦେଶ୍ୟରେ ଆଶ୍ରମ ବିଦ୍ୟାଳୟ ଖୋଲିଛନ୍ତି । ଏବଂ ମାଗଣାରେ ସେମାନଙ୍କୁ ଖାଇବା ପିଇବା ଠାରୁ ଆରମ୍ଭ କରି ସାବୁନ ଓ ପ୍ରସାଧନ ସାମଗ୍ରୀ ମଧ୍ୟ ଯୋଗାଉଛନ୍ତି । ହେଲେ ଭାଇରାଲ ଭିଡିଓ ରେ ଯାହା ଦେଖାଯାଉଛି ଏଠି କୁନକୁନି ପିଲାଙ୍କୁ ପାଠ ପଢାଇବା ବଦଳରେ କୁକୁଡ଼ା ମାରିବା ଭଳି କୁ ଶିକ୍ଷା ଦେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ସୂଚନା ଅନୁଯାୟୀ ଏହି ଆଶ୍ରମ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୨୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ୩୫୦ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠପଢୁଛନ୍ତି । ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ପାଇଁ ରୋଷେୟା ମଧ୍ୟ ଅଛନ୍ତି । ତେବେ ଏଠି କିଭଳି ଆଶ୍ରମସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ରୋଷେଇ ପାଇଁ କୁକୁଡ଼ା ମରା କାର୍ଯ୍ୟରେ ଲଗାଇଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.