ଜାଣିଛନ୍ତି କି ପ୍ରଥମେ Appleର ଆଇଫୋନ୍ ଆସିଥିଲା ନା ଆଣ୍ଡ୍ରଏଡ୍ ଫୋନ୍ ? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର

ବତ୍ତର୍ମାନର ଯୁବପିଢ଼ି ଆଣ୍ଡ୍ରଏଡ ଏବଂ ଆଇଫୋନ ଧରି ମଜା ନେଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରଥମେ Appleର ଆଇଫୋନ୍ ଆସିଥିଲା ନା ଆଣ୍ଡ୍ରଏଡ୍ ଫୋନ୍ ଆସିଥିଲା । ଏକଥା ଆପଣ ହୁଏତ କେବେ ଭାବି ନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇବୁ ।

ଫୋନ ବିନା ଲୋକଙ୍କ ଜୀବନ ଅଧା । ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ମୋବାଇଲ ନିହାତି ଜରୁରୀ । ବତ୍ତର୍ମାନର ଯୁବପିଢ଼ି ଆଣ୍ଡ୍ରଏଡ ଏବଂ ଆଇଫୋନ ଧରି ମଜା ନେଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରଥମେ Appleର ଆଇଫୋନ୍ ଆସିଥିଲା ନା ଆଣ୍ଡ୍ରଏଡ୍ ଫୋନ୍ ଆସିଥିଲା । ଏକଥା ଆପଣ ହୁଏତ କେବେ ଭାବି ନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇବୁ ।

ଠିକ୍ ୧୬ ବର୍ଷ ପୂର୍ବେ ଅର୍ଥାତ ୨୦୦୭ରେ Apple ପ୍ରଥମ ଆଇଫୋନ୍ ମଡେଲ୍ ଆଣିଥିଲା । କିଛି ଲୋକଙ୍କୁ ଆଇଫୋନ୍ ମଡେଲର କ୍ୟାମେରା ଏବଂ ଟଚସ୍କ୍ରିନ ପସନ୍ଦ ଆସିଥିଲା ତ କିଛି ଜଣଙ୍କୁ ଫୋନର ମୂଲ୍ୟ ବହୁତ ଅଧିକ ଲାଗିଥିଲା । ତେବେ ପ୍ରଥମ ଆଇଫୋନର ମୂଲ୍ୟ କେତେ ଥିଲା ଆସନ୍ତୁ ଜାଣିବା । ୨୦୦୭ରେ Apple କମ୍ପାନୀର ସିଇଓ ଷ୍ଟିଭ୍ ଜବ୍ସ ପ୍ରଥମ ଆଇଫୋନ୍ ଲଞ୍ଚ କରିଥିଲେ, ସେହି ସମୟରେ ଏହି ଫୋନର ଆରମ୍ଭ ମୂଲ୍ୟ ୪୯୯ ଡଲାର ରଖାଯାଇଥିଲା ଯାହାର ବର୍ତ୍ତମାନ ମୂଲ୍ୟ ୪୧,୪୭୫ ଟଙ୍କା ସହ ସମାନ ।

ଫୋନରେ ଏକ ଛୋଟ 3.5 ଇଞ୍ଚର ଡିସପ୍ଲେ ଥିଲା ଯାହା 480 × 320 ପିକ୍ସେଲ ରିଜୋଲ୍ୟୁସନ ସହିତ ଆସିଥିଲା । ଫ୍ରଣ୍ଟ ସାଇଡରେ ହୋମ୍‌ ବଟନ୍‌ ଥିଲା । ସେହିପରି କ୍ୟାମେରା ବିଷୟରେ କହିବାକୁ ଗଲେ ଫୋନରେ ୨ ମେଗାପିକ୍ସେଲର ରିୟର କ୍ୟାମେରା ଥିଲା । ଏହା Appleର ଫାଷ୍ଟ ଜେନେରେସେନ ମଡେଲ୍ ଥିଲା । ତେବେ କିଛି ସମୟ ପୂର୍ବରୁ ଏପରି ଖବର ଆସିଥିଲା ଯେ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଫାଷ୍ଟ ଜେନେରେସେନ ମଡେଲ୍ ପାଇଁ ପାଗଳ, ଏବଂ ଜଣେ ବ୍ୟକ୍ତି ଏହି ମଡେଲକୁ ନିଲାମରେ ୧ କୋଟି ୩୦ ଲକ୍ଷ ଟଙ୍କାରେ କିଣିଥିଲେ ।

ତେବେ ପ୍ରଥମ ଆଣ୍ଡ୍ରଏଡ୍ ଫୋନ୍ କେବେ ଆସିଥିଲା ଜାଣିଛନ୍ତି କି ?
ପ୍ରଥମ ଆଣ୍ଡ୍ରଏଡ୍‌ ଫୋନ୍ ୨୩ ସେପ୍ଟେମ୍ବର ୨୦୦୮ରେ ଗୁଗଲର କୋ- ଫାଉଣ୍ଡରଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା । ଏହି ଫୋନର ନାମ G1 ଥିଲା କିନ୍ତୁ କିଛି ମାର୍କେଟରେ ଏହି ଫୋନ୍ HTC ମ୍ୟାଜିକ୍ ନାମରେ ମଧ୍ୟ ଜଣାଥିଲା । ତେବେ ଆପଣ ଜାଣିଛନ୍ତି କି ଭାରତରେ ପ୍ରଥମେ କେଉଁ ଫୋନରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଦିଆଯାଇଥିଲା ? ଭାରତୀୟ ବଜାରରେ ପ୍ରଥମେ HTC ମ୍ୟାଜିକ୍ ଫୋନରେ ଆଣ୍ଡ୍ରଏଡ୍ OS ଦିଆଯାଇଥିଲା ।

ସେହି ସମୟରେ ଏହି ଡିଭାଇସର ମୂଲ୍ୟ ବହୁତ ଅଧିକ ଥିଲା, ଏହି ହ୍ୟାଣ୍ଡସେଟ୍ ୩୯୯ ଡଲାର ଅର୍ଥାତ ପ୍ରାୟ ୩୦ ହଜାର ଟଙ୍କାରେ ଲଞ୍ଚ କରାଯାଇଥିଲା । ମୂଲ୍ୟ ଅଧିକ ଥିବା ସହ ଫିଚର ମଧ୍ୟ ଅତି ସହଜ ଥିଲା । ୨୮୮ MB RAM ଏବଂ ଫୋନରେ 3.2 ଇଞ୍ଚର ଛୋଟ ଡିସପ୍ଲେ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.