Below header

ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ଯବହାର: ଉପଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ 

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ଯବହାର କରିବା ଘଟଣାରେ ମନ୍ଦିରର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଛନ୍ତି। ସାହିତ୍ୟିକ ବୈଷ୍ଣବ ମହାନ୍ତି ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ପାର୍କିଂ ଓ ପୂଜକଙ୍କ ପକ୍ଷରୁ ଦୁର୍ବ୍ଯବହାର କରାଯାଇଥିଲା।

ସେ ଏ ନେଇ ସୋସିଆଲ ମିଡ଼ିଆରେ ଆପତ୍ତି ଜଣାଇଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ଦୁର୍ବ୍ଯବହାର କରିଥିବା ବ୍ଯକ୍ତି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ପଦକ୍ଷେପ ଟ୍ରଷ୍ଟ ବୋର୍ଡ ବୈଠକରେ ନିଆଜିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ। ସେପଟେ ଏଭଳି ଘଟଣାକୁ ଭକ୍ତଙ୍କ  ପକ୍ଷରୁ ନିନ୍ଦା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.