Below header

ଯାଜପୁରରେ ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍):ଯାଜପୁର ଜିଲ୍ଲା ସଠିପୁର ନିକଟରେ ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ। ମୃତକ ହେଲେ ଜଗନ୍ନାଥ ପ୍ରସାଦ ଗାଁର ଗୁରୁ ଚରଣ ଦାସ। ଏହି ଦୁର୍ଘଟଣା ଅନ୍ୟ ୩ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ମଧ୍ୟରେ ସ୍ଥାନୀୟ ମାଧପୁର ଗାଁର ଚଞ୍ଚଳା ମହାନ୍ତି ଘଟଣାକୁ ଏକ ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡି ତାଙ୍କ ସମ୍ପର୍କୀୟ ପ୍ରଫୁଲ୍ଲ ମହାନ୍ତିଙ୍କର। ତାଙ୍କ ସହିତ ପୂର୍ବରୁ ଚଞ୍ଚଳାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା।

ଆଜି ପ୍ରଫୁଲଙ୍କ ପୁଅ ପ୍ରଦୀପ ମିନି ଟ୍ରକ ଚଳାଉଥିବା ବେଳେ ଚଞ୍ଚଳାଙ୍କ ସ୍ୱାମୀ ନୃସିଂହ ମହାନ୍ତି ସାଇକେଲରେ ଯାଉଥିବା ସମୟରେ ମିନିଟ୍ରକ ତାଙ୍କ ଆଡକୁ ମାଡି ଯାଇଥିଲା। ଫଳରେ ନୃସିଂହ ଅଳ୍ପକେ ରକ୍ଷା ପାଇଯାଇଛନ୍ତି କିନ୍ତୁ ଅନ୍ୟ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ବାଇକରେ ବସିଥିବା ଦୁଇଜଣ ମହିଳା ମଧ୍ୟ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଘାଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ପାଣିକୋଇଲି ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି କିନ୍ତୁ ଦୁର୍ଘଟଣା ଗ୍ରସ୍ତ ଗାଡି ଫେରାର ହେବାକୁ ସକ୍ଷମ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.