Below header

ତାଳଚେରବାସୀଙ୍କ ଅନେକ ଦିନର ଦାବି ପୂରଣ କଲେ ରାଜ୍ୟ ସରକାର, ମେଡିକାଲ କଲେଜ ଚଳାଇବା ଦେଲେ ସ୍ୱୀକୃତି

ତାଳଚେର(କେନ୍ୟୁଜ୍):  ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ରାଜ୍ଯ ସରକାର ତାଳଚେର ମେଡିକାଲ କଲେଜ ଚଳାଇବାର ସ୍ୱୀକୃତି ପ୍ରଦାନ କରିଛନ୍ତି । MCL ଏହାର ଖର୍ଚ୍ଚ ବହନ କରିବ ଆଉ ରାଜ୍ଯ ସରକାର ଏହାକୁ ପରିଚାଳନା କରିବେ।  ସ୍ବାସ୍ଥ୍ୟ ବିଭାଗ MCLକୁ ଚିଠି ଲେଖି ଜଣାଇଛନ୍ତି ଯେ ତାଳଚେର ମେଡିକାଲ କଲେଜ ଚଳାଇବାକୁ ରାଜ୍ଯ ସରକାରଙ୍କ ସ୍ୱୀକୃତି ଦେଇଛନ୍ତି ।

talcher 2

ରାଜ୍ଯ ସରକାର ପରିଚାଳନା ଓ ପ୍ରଶାସନିକ ଖର୍ଚ୍ଚ ବହନ କରିବେ ବୋଲି ଲେଖାଥିବା ବେଳେ MCL ବହନ କରିବ ଅନ୍ଯ ସମସ୍ତ ଖର୍ଚ୍ଚ । ଏହା ଜଣା ପଡିବା ପରେ ତାଳଚେର ତଥା ଅନୁଗୁଳରେ ଏବେ ଖୁସିର ମାହୋଲ । ଅନେକ ଦିନର ଦାବି ପୂରଣ କରିଥିବାରୁ ଏଥିପାଇଁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଦେଇଛନ୍ତି ତାଳଚେରବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.