କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ନର୍ସିଂ ସାଇନ୍ସରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ, ‘କିନ୍ସ’ର ବାର୍ଷିକ ପତ୍ରିକା ‘କର’ ହେଲା ଉନ୍ମୋଚନ

କେନ୍ୟୁଜ୍(ବ୍ୟୁରୋ):  କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ନର୍ସିଂ ସାଇନ୍ସ ପକ୍ଷରୁ ‘ଗୁରୁବାର ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ , ସ୍କୁଲ ଅଫ ମେଡିସିନ୍‌ର ଉପକୁଳପତି ପ୍ରଫେସର ସି.ବି.କେ ମହାନ୍ତି, ମହାନିର୍ଦ୍ଦେଶକ ମେଜର ଜେନେରାଲ ପ୍ରଫେସର ପି.କେ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ ସେବିକାମାନଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ କହିବା ସହ ସେବିକାମାନଙ୍କୁ ଭଗବାନଙ୍କ ଦୂତ ବୋଲି କହିଥିଲେ । ଏଥି ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ସେବୀକା ବୃତ୍ତିର ଗୁରୁତ୍ତ୍ୱ, ଡାକ୍ତରୀ କ୍ଷେତ୍ରରେ ଡ଼ାକ୍ତରଙ୍କ ସମେତ ସେବିକା (ନର୍ସ) ଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସେବିକାମାନେ ଦିବାରାତ୍ର କଠିନ ପରିଶ୍ରମ କରି ରୋଗୀଙ୍କ ଯତ୍ନ ନେଇ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରତ୍ୟେକ ଦିନ ଅନେକ ସଂଘର୍ଷ କରୁଥିବା କଥା କହିଥିଲେ ।
ଏହି ଅବସରରେ ‘କିନ୍ସ’ର ବାର୍ଷିକ ପତ୍ରିକା ‘କର’ ମଧ୍ୟ ଉନ୍ମୋଚନ ହୋଇଥିଲା ।

kins2

ନର୍ସିଂ ପାଠ ପଢାରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ପ୍ରତିବଦଳରେ କିଛି ଆଶା ନକରି ପ୍ରତ୍ୟେକ ରୋଗୀଙ୍କୁ ନିସ୍ୱାର୍ଥପର ସେବା ଯୋଗାଇବା ପାଇଁ ମହମବତୀ ଜାଳି ଶପଥ ନେଇଥିଲେ । କର୍ମକ୍ଷେତ୍ରରେ ଉତ୍କୃଷ୍ଟ ସେବା ଯୋଗାଇଥିବା ସେବୀକାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୃରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନର୍ସିଂ ଅଧିକ୍ଷିକା କରନେଲ ସୁମନା ସାହୁ, କ୍ୟାନସର ହିଲ ହସ୍ପିଟାଲ ର ପୁର୍ବତନ ଅଧ୍ୟକ୍ଷା ପ୍ରଫେସର ରେଣୁକା ଦାସ, କିନ୍ସ କଲେଜର ଉପଅଧ୍ୟକ୍ଷା ପ୍ରଫେସର କଲ୍ୟାଣି ରଥ ପ୍ରମୁଖଙ୍କ ସମେତ କିମ୍ସ ମେଡ଼ିକାଲର ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.