Below header

ରାୟଗଡା ଜିଲ୍ଲାର ଆଦିମ ଜନଜାତିଙ୍କ ପାଇଁ ଆଲୋକ ବର୍ତ୍ତିକା ସାଜିଛି କିସ୍: ସ୍ନାତକୋତ୍ତର ପାସ୍ କରି ଉଚ୍ଚ ଶିକ୍ଷା ପାଇଁ ମନୋନୀତ ହୋଇଛନ୍ତି ଏଠାକାର ଛାତ୍ରଛାତ୍ରୀ

ରାୟଗଡା: ଶିକ୍ଷା ହିଁ ବିକାଶର ଚାବିକାଠୀ । ଯାହାର ଉଦାହରଣ ସାଜିଛି କିସ୍ ଅନୁଷ୍ଠାନ । ରାୟଗଡା ଜିଲ୍ଲାର ଅନ୍ଧାରୀ ମୁଲକର ଗରୀବ ଛାତ୍ରଛାତ୍ରୀଙ୍କ ପାଇଁ ଆଲୋକର ବର୍ତ୍ତିକା ସାଜିଛି କିସ୍ । ଅଗମ୍ୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବପ୍ନ । ଏହିଭଳି ପରିସ୍ଥିତିରେ ନକ୍ସଲ ପ୍ରବଣ ଅଞ୍ଚଳର ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ କରିଛନ୍ତି । ଆଉ ଏହା ସମ୍ଭବ ହୋଇପାରିଛି କିସ ଅନୁଷ୍ଠାନ ଲାଗି ।

rayagadaରାୟଗଡା ଜିଲ୍ଲାର ବିଶମକଟକ ବ୍ଳକରେ ରହିଛି ବିସ୍ତିର୍ଣ୍ଣ ନିୟମଗିରି ପାହାଡ । ନିୟମଗିରି ପାହାଡରେର ଦୁର୍ଗମ ଅଞ୍ଚଳରେ ରହିଛି ଆଦୀମ ଜନଜାତି ଡଙ୍ଗରିଆ କନ୍ଧ ବସବସା କରୁଥିବାଖମ୍ବେସି ଗାଁ । ଏହି ଗାଁର ସୁରେଶ ୱାଡେକାଙ୍କ ପୁଅ ମୁକ୍ତେଶ୍ବର ୱାଡେକା ଗଣିତରେ ସ୍ନାତକୋତ୍ତର ପାସ କରି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପାଇଁ ମନୋନୀତ ହୋଇଛନ୍ତି । ଏହା କେବଳ କିସ ଅନୁଷ୍ଠାନ ପାଇଁ ସମ୍ଭବ ହୋଇଥିବା ସେ ବ୍ୟକ୍ତ କରିଛନ୍ତି ।

fulwantiନକ୍ସଲ ପ୍ରବଣ ଖମ୍ବେସି ଅଞ୍ଚଳରେ ବିକାଶର ଛିଟା ପଡିନି । ସେହିଭଳି ଏକ ଅଞ୍ଚଳର ଆଦୀମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ସ୍ନାତକୋତ୍ତର ପାସ ହେବା ଏକ ବଡକଥା । ଏବଂ ଏହା କରି ଦେଖାଇଛନ୍ତି ଫୁଲନ୍ତି ୱାଡେକା । ମନସ୍ତତ୍ବବିତ ବିଷୟରେ ସେ ସ୍ନାତକୋତ୍ତର ପାସ କରିଛନ୍ତି । କିସ ଅନୁଷ୍ଠାନ ଲାଗି ଏହି ଅଞ୍ଚଳ ବିକାଶର ଧାରାରେ ସାମିଲ ହୋଇଛି । । ଆଉ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ କିସର ଅବଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.