SBI ରେ ମ୍ୟାନେଜର ଠାରୁ ଆରମ୍ଭ କରି ସ୍ପେଶାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅନେକ ପଦବୀରେ ନିଯୁକ୍ତି ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ୍‌ ଆବେଦନର ଏହି ପ୍ରକ୍ରିୟା ୧୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଜାରି ରହିବ। ବାସ୍ତବରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ବିଭିନ୍ନ ସ୍ପେଶାଲିଷ୍ଟ ଅଫିସର (ଏସଓ) ପଦବୀରେ ନିୟମିତ ନିଯୁକ୍ତି ହୋଇଥାଏ। ଏହି ପଦବୀରେ ନିଯୁକ୍ତି ପାଇଁ ପୂର୍ବରୁ ସୂଚନା ମଧ୍ୟ ଜାରି କରାଯାଇଥିଲା।

sbi job1ଏସବିଆଇ ବ୍ୟାଙ୍କ ପ୍ରବନ୍ଧକ (କ୍ରେଡିଟ୍‌), ବିପଣନ, ସୁରକ୍ଷା ବିଶ୍ଲେଷଣ, ନେଟଓ୍ଵାର୍କ ବିଶେଷଜ୍ଞ, ଉପ ପ୍ରବନ୍ଧକ ଆନ୍ତରିକ ଲେଖା ପରୀକ୍ଷା ଏବଂ ଇଂଜିନିୟର (ଫାୟର) ପାଇଁ ଆବେଦନ ଆମନ୍ତ୍ରିତ କରିଥିଲେ । ଯେଉଁଥିପାଇଁ ଅନଲାଇନ୍‌ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଏବଂ ଇଛୁକ ଆବେଦନକାରୀ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

Applyଆବେଦନକାରୀ ଅଧିକାରୀକ େଓ୍ଵବସାଇଟ୍‌ sbi.co.in/careers ଜରିଆରେ ଏହି ପଦବୀ ପାଇଁ ଅନଲାଇନ୍‌ ଆବେଦନ କରିପାରିବେ। ଅନଲାଇନ୍‌ ଆବେଦନ ପୂର୍ବରୁ ଆବେଦନକାରୀ େଓ୍ଵବସାଇଟ୍‌ ରେ ଜାରି କରାଯାଇଥିବା ସୂଚନାକୁ ପ୍ରଥମେ ଭଲଭାବେ ପଢନ୍ତୁ। ବର୍ତ୍ତମାନ ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାର ସୂଚନା ଜାରି କରାଯାଇନାହିଁ କିନ୍ତୁ ବହୁତ ଜଲଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ତାରିଖ ଏବଂ ପ୍ରବେଶ ପତ୍ର ଜାରି ହେବାର ତାରିଖ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.