Below header

୩୧ ଡିସେମ୍ବର ପୂର୍ବରୁ କରିନିଅନ୍ତୁ ନିଜ ଗାଡ଼ିର ଏହିସବୁ ଜରୁରୀ କାମ, ନଚେତ ଦେବେ ୫ ହଜାର ଟଙ୍କାର ଜୋରିମାନା

କୋଭିଡ୍ ୧୯ ପ୍ରକୋପ ମଧ୍ୟରେ ଲାଗିଥିବା ଲକଡାଉନ୍ ଯୋଗୁଁ ଚଳିତବର୍ଷ କେନ୍ଦ୍ର ସରକାର ପରିବହନର ନିୟମରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଥିଲେ । ଏହି କାରଣରୁ ପରିବହନ ବିଭାଗ ମାର୍ଚ୍ଚ ୨୦୨୦ ପରଠୁ ଅବୈଧ ହୋଇସାରିଥିବା ଡ୍ରାଇଭିଂ ଲାଇସେନ୍ସ, ଆରସି ଓ ଫିଟନେସ୍ ପ୍ରମାଣପତ୍ର ଥିବା ବାହନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ତେବେ ୩୧ ଡିସେମ୍ବର ପରଠୁ ଅବୈଧ ଲାଇସେନ୍ସ ରଖୁଥିବା ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅର୍ଥାତ୍ ଯଦି ଆପଣଙ୍କ ଲାଇସେନ୍ସ ଓ ଆରସିର ବୈଧତା ସମାପ୍ତ ହୋଇସାରିଛି ତେବେ ନୂଆବର୍ଷ ପୂର୍ବରୁ ଏହାକୁ ରିନ୍ୟୁ କରାଇ ନିଅନ୍ତୁ । ନଚେତ୍ ଆପଣ ହଇରାଣରେ ପଡିପାରନ୍ତି ।

ନୂଆ ମୋଟର ବାହନ ନିୟମ ଅନୁସାରେ, ଯଦି କାର୍ ବା ଦୁଇ ଚକିଆ ଯାନ ଚାଳକଙ୍କ ପାଖରେ ବୈଧ ଲାଇସେନ୍ସ ନାହିଁ ବା ଡିଏଲ ର ବୈଧତା ସମାପ୍ତ ହୋଇସାରିଛି ତେବେ ସେମାନଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିପାରେ । ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯଦି ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ୩୧ ଡିସେମ୍ବର ପରେ ଟ୍ରାଫିକ୍ ନିୟମରେ ଆଉ ଆଗକୁ କୋହଳ
ବଢାଉନି, ତେବେ ଚାଳକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

rc

ଯଦି ଆପଣ ଡିଏଲ୍ ଓ ଆରସି ରିନ୍ୟୁ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପରିବହନ ବିଭାଗର ଅଫିସିଆଲ୍ ୱେବସାଇଟ୍ parivahan.gov.inରେ ଭିଜିଟ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ସାଇଟରେ ଡ୍ରାଇଭିଂ ଲାଇସେନ୍ସ ସର୍ଭିସର ଅପ୍ସନ ଉପରେ କ୍ଲିକ୍ କରିବାକୁ ହେବ । ଏହି କ୍ଲିକ୍ କରିବା ପରେ ଆପଣଙ୍କୁ ଡିଏଲ୍ ନମ୍ବରର ଡିଟେଲ୍ ପଚରାଯିବ । ଏହାକୁ ଫିଲ୍ କରିବା ପରେ ଆବଶ୍ୟକ ଡକ୍ୟୁମେଣ୍ଟକୁ ଅପଲୋଡ୍ କରିବାକୁ ହେବ ଏବଂ ପରେ କୌଣସି ନିକଟସ୍ଥ ଆରଟିଓ କାର୍ଯ୍ୟାଳୟ ଯାଇ ସ୍ଲଟ୍ ବୁକ୍ କରିବା ପାଇଁ ପୈଠ କରିବାକୁ ପଡିବ । ଆରଟିଓ କାର୍ଯ୍ୟାଳୟରେ ଆପଣଙ୍କ ବାୟୋମେଟ୍ରିକ୍ ତଥ୍ୟ ଯାଞ୍ଚ ହେବ ଏବଂ ଆପଣଙ୍କ ଡକ୍ୟୁମେଣ୍ଟ ଭେରିଫାଏ ହେବ । ଏହା ପରେ ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇଯିବ । କହିରଖୁଛୁ ଠିକ୍ ଏହି ଭଳି ଆପଣ ନିଜ ଆରସିକୁ ମଧ୍ୟ ରିନ୍ୟୁ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.