Below header

ସଲମାନଙ୍କ ଉପରକୁ ହାତ ଉଠାଇଲେ ଭିଣୋଇ ଆୟୁଷ ଶର୍ମା, ଜବାବରେ ଭାଇଜାନ୍‌ ଦେଲେ ଏମିତି ଉତ୍ତର

ସଲମାନ ଖାନ୍‌ ଆୟୁଷ ଶର୍ମାଙ୍କ ଆଗାମୀ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ୍‌ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି। ‘ଅନ୍ତିମ’ ର ଫାଷ୍ଟ ଲୁକ୍‌ କୁ ଦେଖି ଆପଣମାନେ ବୁଝିପାରିବେ ଫିଲ୍ମରେ ସଲମାନ ଖାନ୍‌ ଏବଂ ଆୟୁଷ ଶର୍ମାଙ୍କ ମଧ୍ୟରେ କିଭଳି ଜବରଦସ୍ତ ଯୁଦ୍ଧ ଲାଗିଛି। ଏହି ଫିଲ୍ମରେ ସଲମାନ ସରଦାର୍‌ ଭୂମିକାରେ ଅଭିନୟ କରୁଥିବା ବେଳେ ଆୟୁଷ ଶର୍ମା ମଧ୍ୟ ବହୁତ ଭଲ ବଡି କରିଥିବାର ନଜର ଆସିଛନ୍ତି।

aayushସଲମାନ୍‌ ନିଜର ଟ୍ଵିଟର ଆକାଉଣ୍ଟରେ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ୍‌ ସେୟାର କରିବା ସହ ଲେଖିଛନ୍ତି, ‘ଅନ୍ତିମ ର ସୁରୁଆତ. . . ’। ସଲମାନ୍‌ ଙ୍କ ଏପରି ଟ୍ଵିଟ ପରେ ମଧ୍ୟ ଫ୍ୟାନ୍ସମାନେ କମେଣ୍ଟ କରିବା ସହ ଭାଇଜାନ୍‌ ଙ୍କ ଲୁକ୍‌ କୁ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। ସେହିଭଳି ଆୟୁଷ ଶର୍ମା ଏବଂ ସଲମାନ୍‌ ଖାନ୍‌ ଙ୍କ ମୁହାଁମୁହିଁ ହେବାର ଦୃଶ୍ୟ ମଜାଦାର୍‌ ହୋଇଥିବା ଦେଖିବାକୁ ମିଳିଛି। ଏହିଭଳି ଭାବେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆହୁରି କ୍ରେଜ୍‌ ବଢିପାରେ।

‘ଅନ୍ତିମ’ ସଲମାନ ଖାନ୍‌ଙ୍କ ପ୍ରୋଡକ୍ସନ ଫିଲ୍ମ। ଏହି ଫିଲ୍ମ ଆସନ୍ତା ବର୍ଷ ୨୦୨୧ ଅଗଷ୍ଟ ମାସରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶକ ହେଉଛନ୍ତି ମହେଶ ମାଂଜରେକର। ସୂଚନାଯୋଗ୍ୟ ଏହି ଫିଲ୍ମ ୨୦୧୮ ମସିହାର ସୁପରହିଟ୍‌ ମରାଠୀ ଫିଲ୍ମ ‘ମୁଲସୀ’ର ରିମେକ୍‌। ଅନ୍ୟପଟେ ଏହି ଫିଲ୍ମରେ ଆୟୁଷ ଶର୍ମାଙ୍କୁ ଭିନ୍ନ ଏକ ରୂପରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.