Below header

ସୁକମା ପୋଲିସକୁ ସଫଳତା, ତୁଳସୀ ଡଙ୍ଗର ପାହାଡରେ ଥିବା ମାଓ କ୍ୟାମ୍ପରେ ଚଢାଉ

ମାଲକାନଗିରି (କେନ୍ୟୁଜ୍) : ସୁକମା ପୋଲିସକୁ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତୁଳସୀ ଡଙ୍ଗର ପାହାଡରେ ଥିବା ଏକ ମାଓ କ୍ୟାମ୍ପରେ ଚଢାଉ କରିଥିଲା ପୋଲିସ । ସୁକମା DRG ଓ STF ମିଳିତ ଭାବେ ଚଢାଉ କରିଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ଟିଫିନ୍ ବୋମା ଜବତ କରିଛି ପୋଲିସ । ହେଲେ କ୍ୟାମ୍ପରୁ ବହୁ କ୍ୟାଡର ମାଓବାଦୀ ଫେରାର ହୋଇଯାଇଥିଲେ ।

ମାଲକାନଗିରି ସୀମାନ୍ତ କିରିମିଟି ଏବଂ ଚନ୍ଦାମେଟା ଗାଁର କିଛଇ ଦୂରରେ ଥିବା ଜଙ୍ଗଲରେ ମାଓବାଦୀ ପୋଲିସକୁ ଟାଗେର୍ଟ୍ ଏକ ବଡ଼ ହିଂସା ଘଟାଇବାକୁ ଯୋଜନା କରୁଥିଲେ । ଏଥିରେ ଅନେକ କ୍ୟାଡର ମାଓବାଦୀ ସାମିଲ ଥିଲେ । ଜବତ ହୋଇଥିବା ଦୃଶ୍ୟକୁ ଦେଖିଲେ ଜଣାପଡ଼ୁଛି, ଏଠାରେ ଅନେକ ମାଓବାଦୀ ଏକାଠି ରହୁଥିଲେ । ତେବେ ପୋଲିସ ଆସିବା ଖବର ପାଇ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.