Below header

ଋଣ ସୁଝିନପାରି ବିକିବେ ଶରୀରର ଅଙ୍ଗ, ସୋସିଆଲ ମିଡ଼ିଆରେ ଦେଲେ ବିଜ୍ଞାପନ

ବ୍ୟାଙ୍କ ଏବଂ ସାହୁକାରଙ୍କଠୁ କରିଥିବା ଋଣରେ ଅତିଷ୍ଠ ହୋଇ ଶେଷରେ ନିଜ ଶରୀରର ଅଙ୍ଗ ବିକିବାକୁ ନିଷ୍ପତ୍ତି ନେଲେ କୃଷକ । ଏପରି ଘଟଣା ଦେଖିବାକୁ ମିଳିଛି ଆଗ୍ରାରେ । ଏଠାକାର ଜଣେ କୃଷକ ନିଜର କିଡ଼ନୀ ବିକିବାର ନିଷ୍ପତ୍ତି ନେଇଛନ୍ତି । ଯଦିଓ ଏହା ବେଆଇନ ଏବଂ ଭୁଲ ଅଟେ ତଥାପି ସେ ଏହିଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଶନିବାର ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଆଲୋଡନ ସୃଷ୍ଟି ହୋଇଛି ।

किसान गीतम सिंह

ଫତେହାବାଦ ଅଂଚଳର ଘାଘପୁରା ଗ୍ରାମର କୃଷକ ଗୀତମ ସିଙ୍ଗଙ୍କର ଏକ ବାର୍ତା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ କି ସେ ଏକ ବେଆଇନ ଅଫର ଦେଇଛନ୍ତି । ଗୀତମଙ୍କ କହିବା ଅନୁଯାୟୀ ଲଗାତାର ୩ ବର୍ଷ ହେବ ସେ ଚାଷ କାର୍ଯ୍ୟ ପାଇଁ ବ୍ୟାଙ୍କ ଏବଂ ସାହୁକାରଙ୍କ ଠାରୁ ଋଣ କରିଛନ୍ତି ଯାହାକୁ ସେ ଶୁଝିବା ପାଇଁ ଅକ୍ଷମ ତେଣୁ ସେ ନିଜର କିଡ଼ନୀ ବିକିବା ପାଇଁ ଚାଁହୁଛନ୍ତି ।

ଏହାସହ ପଢନ୍ତୁ ମଣିଷ ହରାଉଛି ମାନବିକତା, ରୋଗୀର କଟାଗୋଡକୁ ବନାଇଦେଲେ ତକିଆ

ଗୀତମଙ୍କ ପାଖରେ ମାତ୍ର ଅଧା ଏକର ଜମି ରହିଛି ଏବଂ ସେ ୨୦ ଲକ୍ଷ ଟଙ୍କାରୁ ଅଧିକ ଋଣ କରିସାରିଛନ୍ତି । ତାଙ୍କ କହିବା ଅନୁଯାୟୀ ଏହି ଋଣକୁ ଶୁଝିବା ପାଇଁ ତାଙ୍କ ପାଖେ ସମ୍ବଳ ନାହିଁ ତେଣୁ ସେ ନିଜର କିଡ଼ନୀ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ସୂଚନା ପାଇବା ପରେ ଏସଡ଼ିଏମ ଗୀତମକୁ ଡାକି ବୈଧାନିକ ସ୍ଥିତି ବିଷୟରେ ବୁଝାଇଛନ୍ତି । ତହସିଲଦାର କୃଷକଙ୍କୁ ବୁଝାଇବା ପରେ ମଧ୍ୟ ସେ ନିଜ ଜିଦରେ ଅଡ଼ି ରହିଛନ୍ତି । ସେଥିପାଇଁ କୃଷକ ନେତା ଶ୍ୟାମ ସିଂ ଚାହର ସରକାର ଏବଂ ଜନପ୍ରତିନିଧିଙ୍କ ଠାରୁ ସେହି କୃଷକଙ୍କ ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.