ନୃଶଂସ ସାବତ ମାଆ, ତିନି ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି କଲା ହତ୍ୟା

କଳାହାଣ୍ଡି (କେନ୍ୟୁଜ୍) : ନୃଶଂସ ମାଆ। ତିନି ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଲାଖପଦର ଗାଁରେ ଏହି ଅଘଟଣ ଘଟିଛି। ମୃତ ଶିଶୁ ନନ୍ଦିନୀ ସାହୁ। ଗତକାଲି ସନ୍ଧ୍ୟାରେ ନନ୍ଦିନୀ ଖେଳିସାରି ଘରକୁ ଫେରିଥିଲା। ହେଲେ କୌଣସି କାରଣକୁ ନେଇ ସାବତ ମାଆ ନନ୍ଦିନୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଶିଶୁ କନ୍ୟାର ବାପା ଯୋଗେଶ୍ୱର ସାହୁ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବା ପରେ ନର୍ଲା ଥାନାରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।