ଆପଣ କାର କିଣିବାକୁ ଚାହୁଁଛନ୍ତି କି ତେବେ ହ୍ୟୁଣ୍ଡାଇ ଦେଉଛି ବମ୍ପର ଅଫର, ସୁଯୋଗ ଆଉ ମାତ୍ର ୬ ଦିନ

ଅଟୋମୋବାଇଲ ସେକ୍ଟର ଗତ ଦୁଇବର୍ଷ ଧରି ସବୁଠାରୁ ମାନ୍ଦାବସ୍ଥାରେ ଗତି କରୁଛି। ଏହି ମାନ୍ଦାବସ୍ଥା ଯୋଗୁଁ ଅଟୋମୋବାଇଲ କମ୍ପାନୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ଏପରି କ୍ଷତିରୁ ବଞ୍ଚିବା ପାଇଁ କାର କମ୍ପାନୀ ପକ୍ଷରୁ ରିହାତି ଅଫର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏପରି ସ୍ଥଳେ ହ୍ୟୁଣ୍ଡାଇ କମ୍ପାନୀ ତାର ପ୍ରାୟ କାର ଗୁଡିକରେ ବମ୍ପର ଅଫର ଦେଉଛି। ଏହି ସୁଯୋଗ ଆଉ ମାତ୍ର ୬ ଦିନ ପାଇଁ ରହିଛି।

Santro : ହ୍ୟୁଣ୍ଡାଇର ଏହି କାରକୁ ଭାରତରେ ବହୁତ ପସନ୍ଦ କରାଯାଉଛି। ଏଥିରେ କମ୍ପାନୀ ୧୫ ହଜାର ଟଙ୍କାର ରିହାତି ହେବା ସହିତ ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଏବଂ ୫୦୦୦ ଟଙ୍କାର କର୍ପୋରେଟ ବୋନସ ମଧ୍ୟ ମିଳୁଛି।

ଗ୍ରାଣ୍ଡ ଆଇ ୧୦ : ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ ୧୦ରେ କମ୍ପାନୀ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଅଫର ଦେଉଛି। ଏହାସହିତ ଏହି କାର ଉପରେ ୩୦ ହଜାର ଏକ୍ସଚେଞ୍ଜ ରିହାତି ଏବଂ ୫ ହଜାର ଟଙ୍କାର କର୍ପୋରେଟ ବୋନସ ମଧ୍ୟ ମିଳୁଛି।

i 10

ହ୍ୟୁଣ୍ଡାଇ ଆଇ ୨୦: ହ୍ୟୁଣ୍ଡାଇର ଆଇ ୨୦ ପ୍ରିମିୟମ ହ୍ୟାଚବ୍ୟାକ କାର, ଯେଉଁଥିରେ ଆପଣ ୨୦ ହଜାର ଟଙ୍କାର ଡିସକାଉଣ୍ଟ ସହ ୫ ହଜାର ଟଙ୍କା କର୍ପୋରେଟ ଡିସକାଉଣ୍ଟ କମ୍ପାନୀ ପକ୍ଷରୁ ଅଫର କରାଯାଉଛି।

ହ୍ୟୁଣ୍ଡାଇ ଭର୍ନା :ଏହି କାରରେ କୌଣସି କ୍ୟାସ ଡିସକାଉଣ୍ଟ ମିଳୁନଥିବା ବେଳେ ୩୦ ଜହାର ଟଙ୍କାର ଏକ୍ସଚେଞ୍ଜ ବୋନସ ଏବଂ ୧୦ ହଜାର ଟଙ୍କାର କର୍ପୋରେଟ ରିହାତି ମିଳୁଛି।

ହ୍ୟୁଣ୍ଡାଇ ଏକ୍ସଣ୍ଟ : ଏଥିରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ରହିଥିବା ବେଳେ ୩୦ ହଜାର ଏକ୍ସଚେଞ୍ଜ ଅଫର ସହିତ ୫ ହଜାର ଟଙ୍କାର କର୍ପୋରେଟ ବୋନସ ମଧ୍ୟ ମିଳୁଛି।