ଲୋକଙ୍କ ଭଲମନ୍ଦ ବୁଝିବାକୁ ଏକ ଭିନ୍ନ ପ୍ରୟାସ ଆରମ୍ଭ କଲେ ବିଧାୟିକା, ଗାଁ କୁ ଗାଁ ବୁଲି ବୁଝୁଛନ୍ତି ଲୋକଙ୍କ ଦୁଃଖ

ସୁନ୍ଦରଗଡ(କେ ନ୍ୟୁଜ):  ନିର୍ବାଚନ ସମୟରେ ନେତାଏ ଆସନ୍ତି । ଲୋକଙ୍କୁ ପ୍ରତିଶୃତି ଦିଅନ୍ତି ପରେ ସବୁ ଭୁଲିଯାନ୍ତି । ମାତ୍ର ଏଠି କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ।  ନିର୍ବାଚନ ସମୟରେ ସମସ୍ୟାର ସମାଧାନ ପାଇଁ ଦେଇଥିବା ପ୍ରତିଶୃତି ପାଳନ ପାଇଁ ବିଧାୟିକା ଆରମ୍ଭ କରିଛନ୍ତି ଏକ ନିଆରା ପ୍ରୟାସ । ଗାଁ କୁ ଗାଁ ବୁଲି ଶୁଣୁଛନ୍ତି ଲୋକଙ୍କ କଥା। ଗାଁ ଦାଣ୍ଡରେ ପଡିଛି ଚେୟାର, ସାମ୍ନାରେ ଜମା ହୋଇଛନ୍ତି ଗାଁ ଲୋକେ । ପିଲା ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏକା ସାଥିରେ ରୁଣ୍ଡ ହୋଇଛନ୍ତି । ଯେଝା ଶୁଣାଉଛନ୍ତି ନିଜର ସମସ୍ୟା । ଆଉ ସମସ୍ତଙ୍କ ସମସ୍ୟା ଶୁଣୁଛନ୍ତି ସୁନ୍ଦରଗଡ ସଦର ବିଧାୟିକା କୁଶୁମ ଟେଟେ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ରହିଛି ଅନେକ ସମସ୍ୟା । ଗତ ସାଧାରଣ ନିର୍ବାଚନ ସମୟରେ

ବିଧାୟିକା କୁଶୁମ ଟେଟେ ଭୋଟ ଭିକ୍ଷା କରିବାକୁ ଯାଇଥିବା ସମୟରେ ଲୋକଙ୍କ ସବୁ ସମସ୍ୟା ଦୂର କରିବା ନେଇ ପ୍ରତିଶୃତି ଦେଇଥିଲେ । ଆଉ ବର୍ତ୍ତମାନ ଦେଇଥିବା ସମସ୍ତ ପ୍ରତିଶୃତି ଗୁଡିକୁ ପୁରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ପଂଚାୟତ ନିର୍ବାହୀ ଅଧିକାରୀ, ଜିଅ।ରଏସ, ସରପଂଚଙ୍କୁ ନେଇ ଗାଁ ଦାଣ୍ଡରେ ଶୁଣୁଛନ୍ତି ଲୋକଙ୍କ ସମସ୍ୟା । ଲୋକେ ନିଜର ଅଭିଯୋଗ ଶୁଣାଇବା ସହ କିଛି ଲିଖିତ ଭାବରେ ମଧ୍ୟ ଜଣାଉଥିବା ଦେଖିବାକୁ ମିଳିଥିଲା। ପାନୀୟ ଜଳ, ବିଦ୍ୟୁତ ସମେତ ଅନ୍ୟାନ ସମସ୍ୟା ଥିବା କହିଛନ୍ତି ବିଧାୟିକା କୁସୁମ ଟେଟେ । ତେବେ ଏଠାରେ ଉପସ୍ଥିତ ସରକାରୀ ଅଧିକାରୀ, ସରପଂଚଙ୍କ ସହ ମିଶି ସମସ୍ୟାର ସମାଧାନ କରାଯିବ ବୋଲି ମଧ୍ୟ କହିଛନ୍ତି ।

Leave A Reply

Your email address will not be published.