ରାସ୍ତାରେ ଚାଲିଲେ ଉଲଗ୍ନ ଦୁଇ ମହିଳା, ବାଟରେ ଲୋକେ ଏସବୁ ଦେଖୁଥିଲେ ବି ରହିଲେ ଚୁପ୍
କିଏ ଏ ମହିଳା ? କେଉଁଠୁ ଆସିଲେ ? କୁଆଡେ ଯାଉଥିଲେ? ଏମାନଙ୍କୁ ଏମିତି ଉଲଗ୍ନ କିଏ କଲା? କାହିଁକି ଏମାନେ ଏମିତି ରାସ୍ତା ଉପରେ ଉଲଗ୍ନ ହୋଇ ଚାଲୁଛନ୍ତି?
ସୁନ୍ଦରଗଡ (କେନ୍ୟୁଜ) : ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା। ଉଭୟ ମହିଳା ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ଥିଲେ। ଏକମୁହାଁ ଆଗକୁ ପାଦ ପକାଇ ପକାଇ ଚାଲିଥିଲେ। ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକଙ୍କ ଯାତାୟତ ଲାଗି ରହିଥିଲା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ ହେଁ କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ। ବରଂ ସମସ୍ତେ ସାଜିଥିଲେ ଦେଖଣାହାରୀ। ଲାଗୁଥିଲା ସତେ ଯେମିତି ମାନବିକତା ମରି ଯାଇଛି। ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଏଭଳି ଲଜ୍ଜାଜନକ ଓ ଅଭାବନୀୟ ଦୃଶ୍ୟ ଅନ୍ୟ କେଉଁ ରାଜ୍ୟର ନୁହେଁ ବରଂ ଓଡିଶାର ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।
ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲୁଥିବା ଦେଖିବାକୁ ମିଳିଥିଲା। ଭିଡ଼ ରାସ୍ତାରେ ଟ୍ରକ୍, ଅଟୋ, ବସ୍ ଯା’ଆସ କରୁଥିଲା। ଗାଡ଼ିକୁ କିଛି ସମୟ ଅଟକାଇ ଲଜ୍ଜାଜନକ ଦୃଶ୍ୟକୁ ଦେଖିବା ପରେ ଚୁପ୍ଚାପ୍ ହୋଇ ଯେଝା ବାଟରେ ଯିଏ ପଳାଉଥିଲେ। ହେଲେ କେହିବି ୨ ମହିଳାଙ୍କର ଲଜ୍ଜା ନିବାରଣ ପାଇଁ ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।
ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖି ବିଧାୟିକା କାର୍ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୋଲିସ୍ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମା ଦେଇଥିଲେ। ବର୍ତ୍ତମାନ ଅ।ସ୍ଥା ଗୃହରେ 213 ଜଣଙ୍କୁ ରଖାଯାଇଛି । ଅନେକ ଏହି ଅ।ସ୍ଥା ଗୃହରୁ ଠିକ ହୋଇ ଘରକୁ ଯାଇଛନ୍ତି କହିବା ସହ ଏହି ଦୁଇ ମହିଳା ସାନସିକ ରୋଗରେ ଅ।କ୍ରାନ୍ତଥିବା ଜଣାପଡୁଛି । ବର୍ତ୍ତମାନ ଡାକ୍ତର ଏମାନଙ୍କୁ ଚିକିତ୍ସିତ କରିବେ କହିଛନ୍ତି ଅ।ସ୍ଥାଗୃହର ସମ୍ପାଦିକା । ଉଭୟଙ୍କ ପରିଚୟ କ’ଣ ସେ ସମ୍ପର୍କରେ କିଛି ଜଣାପଡ଼ିନି।