ଜାନୁଆରୀ ୧ରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ, ୪ ବର୍ଷ ଭିତରେ ପ୍ରକଳ୍ପ ସରିବ

ଫାଇଭ୍ ଟି ଅଧୀନରେ ନିର୍ମାଣ ହେବ ମେଟ୍ରୋ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନଶ୍ବର ଏୟାରପୋର୍ଟ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ୨୦ଟି ଷ୍ଟେସନରେ ରହଣି ବ୍ୟବସ୍ଥା ହେବ

ଭୁବନେଶ୍ବର(କେନ୍ୟୁଜ୍):  ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପ ପାଇଁ ଶୁଭ ପଡ଼ିବ । ଜାନୁଆରୀ ୧ ତାରିଖରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ବର୍ଷ ଭିତରେ ପ୍ରକଳ୍ପ ସରିବ । ଫାଇଭ୍ ଟି ଅଧୀନରେ ନିର୍ମାଣ ହେବ ମେଟ୍ରୋ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନଶ୍ବର ଏୟାରପୋର୍ଟ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ୨୦ଟି ଷ୍ଟେସନରେ ରହଣି ବ୍ୟବସ୍ଥା ହେବ । ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ଡିପିଆରକୁ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବରେ ଅନୁମୋଦନ ଦେଇଛନ୍ତି । ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ ମୋଟ୍ ୫ହଜାର ୯୨୯ କୋଟି ଟଙ୍କା । ନିକଟରେ ଅତିରିକ୍ତି ବଜେଟରେ ଏହି ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କମିଟି ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବ । ଗତ ଏପ୍ରିଲ ୧ ତାରିଖରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମେଟ୍ରୋ ହେବା ପରେ ଦେଶର ଟପ୍ ସିଟିଗୁଡ଼ିକରେ ସାମିଲ ହେବ ଭୁବନେଶ୍ବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.