Below header

ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା, ଆଜି ଜିତିଛି ୬ ସ୍ବର୍ଣ୍ଣ, ମୋଟ ପଦକ ସଂଖ୍ୟା ୧୦୭

ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା । ଆଜି ୬ ସ୍ବର୍ଣ୍ଣ ଜିତିଛି ଭାରତ । କ୍ରିକେଟ, ବ୍ୟାଡ୍ ମିଣ୍ଟନ୍ ମେନ୍ ସ ଡବଲ, ପୁରୁଷ ଓ ମହିଳା କବାଡି ଓ ଆର୍ଚେରୀରେ ଗୋଲଡ ମେଡାଲ ଭେଟି ଦେଇଛନ୍ତି ଭାରତୀୟ ଖେଳାଳି ।

ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା । ଆଜି ୬ ସ୍ବର୍ଣ୍ଣ ଜିତିଛି ଭାରତ । କ୍ରିକେଟ, ବ୍ୟାଡ୍ ମିଣ୍ଟନ୍ ମେନ୍ ସ ଡବଲ, ପୁରୁଷ ଓ ମହିଳା କବାଡି ଓ ଆର୍ଚେରୀରେ ଗୋଲଡ ମେଡାଲ ଭେଟି ଦେଇଛନ୍ତି ଭାରତୀୟ ଖେଳାଳି । ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ମିଳିଛି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ପ୍ରବୀଣ ଓଜସ ସ୍ବଣ୍ଣ ଜିତିଛନ୍ତି । ସେହିପରି କ୍ରିକେଟ୍ ରେ ସ୍ବର୍ଣ୍ଣ ଜିତିଛି ।

ବ୍ୟାଡ୍ ମିଣ୍ଟନ୍ ମେନ୍ସ ଡବଲରେ ଗୋଲଡ ମେଡାଲ ଜତିଛନ୍ତି ସାତ୍ତ୍ବିକସାଇରାଜ-ଚିରାଗ ସେଠ । ସେହିପରି ପୁରୁଷ ଓ ମହିଳା କବାଡି ଟିମ ଗୋଲଡ ମେଡାଲ ଜିତିଛନ୍ତି । ଡିଫେଣ୍ଡି ଚାମ୍ପିଅନ ଇରାନକୁ ହରାଇ ସ୍ବର୍ଣ୍ଣ ଜିତିଛି ପୁରୁଷ ଦଳ। ସେହିପରି ଦୁଇ ରୌପ୍ୟ ଓ ୨ ବ୍ରୋଞ୍ଜ ଜିତିଛି । ମହିଳା ହକିରେ ଜାପାନକୁ ୨-୧ ଗୋଲରେ ହରାଇ ବୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ହକି ଷ୍ଟାର । ଏଥିସହ ପଦକ ସଂଖ୍ୟା ୧୦୭ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.